ଶତ୍ରୁପକ୍ଷର ଏୟାର ଷ୍ଟ୍ରାଇକ୍‌ର ମୁକାବିଲା ପାଇଁ ମକ୍‌ଡ୍ରିଲ୍‌: ୪ଟାରେ ବାଜିଲା ସାଇରନ୍, ସୁରକ୍ଷିତ ସ୍ଥାନକୁ ଯିବାର ଅଭ୍ୟାସ କଲେ

Advertisment

ଆଜି ଅପରାହ୍‌ଣ ଠିକ୍ ୪ଟା। ରାଜ୍ୟର ପ୍ରମୁଖ ସହରରେ ବାଜି ଉଠିଥିଲା ଯୁଦ୍ଧ ସାଇରନ୍‌। ଏହି ଶବ୍ଦ ଶୁଣିବା ପରେ କିଏ ତଳେ ଶୋଇ ପଡ଼ିଥିଲା ତ ଆଉ କିଏ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲା।

ଆଜି ଅପରାହ୍‌ଣ ଠିକ୍ ୪ଟା। ରାଜ୍ୟର ପ୍ରମୁଖ ସହରରେ ବାଜି ଉଠିଥିଲା ଯୁଦ୍ଧ ସାଇରନ୍‌। ଏହି ଶବ୍ଦ ଶୁଣିବା ପରେ କିଏ ତଳେ ଶୋଇ ପଡ଼ିଥିଲା ତ ଆଉ କିଏ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲା।

rwrwyfs

ଭୁବନେଶ୍ବର: ଆଜି ଅପରାହ୍‌ଣ ଠିକ୍ ୪ଟା। ରାଜ୍ୟର ପ୍ରମୁଖ ସହରରେ ବାଜି ଉଠିଥିଲା ଯୁଦ୍ଧ ସାଇରନ୍‌। ଏହି ଶବ୍ଦ ଶୁଣିବା ପରେ କିଏ ତଳେ ଶୋଇ ପଡ଼ିଥିଲା ତ ଆଉ କିଏ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲା। ଆଗକୁ ଏଭଳି ଶବ୍ଦ ଶୁଣିଲେ ସାଧାରଣ ଲୋକମାନେ କ’ଣ କରିବେ ଓ କିଭଳି ସୁରକ୍ଷିତ ସ୍ଥାନକୁ ଚାଲିଯିବେ ତାହା ସଂପର୍କରେ ଏକ ମକ୍‌ଡ୍ରିଲ୍‌ ଆୟୋଜନ କରାଯାଇଥିଲା। 

ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାରେ ଭାରତ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଶତ୍ରୁପକ୍ଷ ଭାରତ ଉପରେ ଏୟାର ଷ୍ଟ୍ରାଇକ୍ କରେ ତେବେ ଏହାର କିପରି ମୁକାବିଲା କରାଯିବ ସେଥିପାଇଁ ଆଜି ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଭୁବନେଶ୍ବର ସମେତ ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡ଼ା, ପାରାଦୀପ ଓ ବାଲେଶ୍ବରରେ ସାଇରନ୍‌ ବଜା ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। 

ଦେଶର ୨୪୪ଟି ସ୍ଥାନରେ ଏହି ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଏୟାର ଷ୍ଟ୍ରାଇକ୍ ହେଲେ ଲୋକମାନେ କିଭଳି ସୁରକ୍ଷିତ ସ୍ଥାନକୁ ଚାଲିଯିବେ, ଯେଉଁଠି ଥିବେ ସେଠାରେ ଶୋଇ ପଡ଼ିବେ, ସିଭିଲ୍‌ ଡିଫେନ୍‌ସ ସ୍ବେଚ୍ଛାସେବୀ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବେ, ଆହତଙ୍କୁ ଆଶୁ ଚିକିତ୍ସା ନେଇ ଏଥିରେ ଅଭ୍ୟାସ କରାଯାଇଛି। ଦିନ ବେଳା ଏହି ଅଭ୍ୟାସ ହୋଇଥିବାରୁ କୌଣସି ଅଞ୍ଚଳକୁ ଅନ୍ଧାର କରିବାର ଆବଶ୍ୟକତା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe