ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକ୍ ଡ୍ରିଲ୍

ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକ୍ ଡ୍ରିଲ୍

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୁଲ୍ୟରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନ ୯ ଟା ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଓ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିରଞ୍ଜନ ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନା ଉପସ୍ଥିତ ଥିଲେ।ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା।
ସମସ୍ତ ଜିଲ୍ଲାସ୍ତରୀୟ ଵିଭଗୀୟ ଅଧିକାରୀ, ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହି ବନ୍ୟା ଏବଂ ବାତ୍ୟା ସମୟର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ଏବଂ ପର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।  ଶ୍ରୀ ବେହେରା ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକସ୍ତରରେ (ରେମୁଣା ଓ ସଦର ବ୍ୟତୀତ) ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ଲକସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ମକ୍ ଏକ୍ସରସାଇଜ୍ ଆୟୋଜିତ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe