ରାଜଧାନୀ‌ରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ:ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱରରେ ଆଦର୍ଶ ଗୋଶାଳା ଚ। ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ। ଭୁବନେଶ୍ବରର ବୁଲା ଗାଈଗୋରୁଙ୍କୁ ସେଠାରେ ରଖାଯିବ। ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇଗୋରୁ ମୁକ୍ତ କରାଯିବ....

Model cow shelter to be built in the capital at a cost of Rs 40 crore: Urban Development Minister

Model cow shelter to be built in the capital at a cost of Rs 40 crore: Urban Development Minister

ଭୁବନେଶ୍ୱର: ଭୁବନେଶ୍ୱରରେ ଆଦର୍ଶ ଗୋଶାଳା ଚ। ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ। ଭୁବନେଶ୍ବରର ବୁଲା ଗାଈଗୋରୁଙ୍କୁ ସେଠାରେ ରଖାଯିବ। ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇଗୋରୁ ମୁକ୍ତ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି। ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି।

ଗୋମାତାଙ୍କ ଗୋବର ଏବଂ ଗୋମୂତ୍ରରୁ ବିଭିନ୍ନ ଉତ୍ପାଦ ବାହାରିବ। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି।

ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ  ୫ଟି ସ୍ଥାନରେ ଗୋଶାଳା କରାଯାଉଛି। ରାସ୍ତାରେ ଦୁର୍ଘଟଣା ଯୋଗୁ ଉଭୟ ଲୋକ ଏବଂ ଗାଈଗୋରୁ ଆଘାତ ପାଉଛନ୍ତି ଏବଂ ପ୍ରାଣ ହରାଉଛନ୍ତି। ସରକାର ଏନେଇ ସମ୍ବେଦିନ ଶୀଳ ଅଛନ୍ତି ଏବଂ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe