ଭୁବନେଶ୍ବର: ରାଜ୍ୟରେ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ସରକାର ପର୍ଯ୍ୟାୟକ୍ରମେ ପଦ‌କ୍ଷେପ ଗ୍ରହଣ କରୁଛନ୍ତି। ଗତ ୩ ବର୍ଷରେ ୪୬ଟି ପ୍ରାଣୀଧନ ସହାୟକ କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। 

Advertisment

କଟକ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ୱାଳ  ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ପ୍ରାଣୀଧନ ନୀରିକ୍ଷଣ କେନ୍ଦ୍ର ଗୁଡ଼ିକୁ ଆଧୁନିକୀକରଣ ଓ ସମ୍ପ୍ରସାରଣ ପୂର୍ବକ ସେଠାରେ ଉନ୍ନତମାନର ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସମ୍ପାଦନ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି; ଉତ୍ତର ହଁ ହେଲେ ସେ ଦିଗରେ କି ପଦକ୍ଷେପ ନିଆଯାଉଛି; ଏବଂ  ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ଆଗ୍ରାହାଟଠାରେ ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାର ବ୍ୟବସ୍ଥା କରିବେ କି ?

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଟକର ଆଗ୍ରାହାଟରେ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଖୋଲିବା ପାଇଁ ଧାର୍ଯ୍ୟ ମାନଦଣ୍ଡକୁ ଅନୁଧ୍ୟାନ କରି ପରବର୍ତ୍ତୀ ସମୟରେ ପଦକ୍ଷେପ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: ପିଲାଙ୍କୁ ଖଡ଼ି ଛୁ୍ଆଁଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରାଣୀଧନ ସହାୟକ କେନ୍ଦ୍ର  ଗୁଡିକରେ ଉନ୍ନତମାନର ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସମ୍ପାଦନ ନିମ‌ନ୍ତେ ସରକାର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି:
• ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ଵାରା ୨୦୨୪-୨୫ ବର୍ଷରେ ୭୭୭ ପ୍ରାଣୀଧନ ସହାୟକ କେନ୍ଦ୍ରର ମରାମତି ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। 
• ରାଜ୍ୟର ପ୍ରାଣୀଧନ ସହାୟକ କେନ୍ଦ୍ର ଗୁଡିକର ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ସହିତ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଟିକା, ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି। 
• ମାଈବାଛୁରୀଙ୍କ ସଂଖ୍ୟା ବୃଦ୍ଧି ଲାଗି ଲିଙ୍ଗ ନରିୁପିତ ଶୂକ୍ରାଣୁର ବ୍ୟବହାର କରାଯାଉଛି।

• ଉନ୍ନତମାନର ଛେଳିଛୁଆ ଉତ୍ପାଦନ କରିବା ପାଇଁ, କୃତ୍ରିମ ପ୍ରଜନନ କରାଯାଉଛି। ଏହି ସୁବିଧା ରାଜ୍ୟର ୨୪୫ ପ୍ରାଣୀଧନ ସହାୟକ କେନ୍ଦ୍ର ଓ ୫୫ଟି ପ୍ରାଣୀ ଚିକିତ୍ସାଳୟରେ  କାର୍ଯ୍ୟକାରୀ କରାଯାଇଛି।

ଅଧିକ ପଢ଼ନ୍ତୁ: କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ହାଇୱା: ୨ ଡ୍ରାଇଭର ଫେରାର

Gokulananda Mallick