ମୋଦୀ ସରକାରରେ ଏକ ନୂଆ ଭାରତର ସୃଷ୍ଟି ହୋଇଛି: ସମ୍ବିତ ପାତ୍ର

Advertisment

ବିଜେପିର ମହାଜନା ସମ୍ପର୍କ ଅଭିଯାନ 

ବିଜେପିର ମହାଜନା ସମ୍ପର୍କ ଅଭିଯାନ 

ମୋଦୀ ସରକାରରେ ଏକ ନୂଆ ଭାରତର ସୃଷ୍ଟି ହୋଇଛି: ସମ୍ବିତ ପାତ୍ର
ଭଦ୍ରକ: କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଭାରତ ବର୍ଷର ରୂପରେଖ ବଦଳି ଯାଇଛି। ଏକ ନୂଆ ଭାରତର ସୃଷ୍ଟି ହୋଇଛି। ମନମୋହନ ସରକାର ସମୟରେ ଆମ ଦେଶ ଭ୍ରଷ୍ଟାଚାରର ଗନ୍ତାଘର ଥିଲା। ମୋଦୀ ସରକାରଙ୍କ ୯ ବର୍ଷ ଶାସନ କାଳରେ ଭାରତର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ରେଳବାଇ, ଆକାଶ ପଥ, ଜାତୀୟ ରାଜପଥ, ମିସନ ଶକ୍ତି ସବୁ କ୍ଷେତ୍ରରେ ବିକାଶ ହୋଇଛି। ମୋଦୀ ସରକାରଙ୍କ ସଫଳତାକୁ ନେଇ ଭଦ୍ରକ ଠାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ର କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟରେ କହିଥିଲେ। ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡ. ପାତ୍ର କହିଲେ ଯେ, ୮୦ କୋଟି ଭାରତୀୟଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯାଉଛି।
ଦେଶରେ ୩ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିବା ବେଳେ ଓଡ଼ିଶାରେ ୨୭ ଲକ୍ଷ ଲୋକଙ୍କୁ ଦିଆଯାଇଛ। ୧୨ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । କିଷାନ ସମୃଦ୍ଧି ଯୋଜନାରେ ୧୨ କୋଟି କୃଷକଙ୍କୁ ସହାୟତା ପ୍ରଦାନ କରାଯାଇଛି। ୧୫ଟି ନୂଆ ଏମ୍ସ ଓ ୨୨୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । କୋଭିଡ ସମୟରେ ୧୩୫ କୋଟି ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇଛି। ଜାତୀୟ ରାଜପଥ ନିର୍ମାଣ ୨୦୮ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୪ ପୂର୍ବରୁ ୭୪ ବିମାନବନ୍ଦର ଥିବା ବେଳେ ୧୪୮କୁ ବୃଦ୍ଧି ହୋଇଛି। ୧ ଲକ୍ଷ ମହିଳାଙ୍କୁ ଉଜ୍ଵଳା ଯୋଜନାରେ ସାମିଲ କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
publive-image
ଶ୍ରୀ ପାତ୍ର କହିଛନ୍ତି ଯେ, ମିସନ ଶକ୍ତି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ବ୍ୟାଙ୍କ ଋଣ, ସବ୍‌ସିଡି, ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ୪୦୪୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା  ରାଜ୍ୟ ସଭାପତି ମନମୋହନ ସାମଲ, ସଜ୍ଜନ ଶର୍ମା, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଲୋକସଭା ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବଦ୍ରି ନାରାୟଣ ଧଳ, ଡ଼. ପ୍ରଦୀପ ନାୟକ, ପଦ୍ମଲୋଚନ ପଣ୍ଡା, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନାରେ ଜିଲ୍ଲା ମିଡ଼ିଆ ସଂଯୋଜକ ବୈକୁଣ୍ଠ ନାଥ ସାହୁ, ପ୍ରକାଶ ମହାପାତ୍ର, ଶଶିକାନ୍ତ ବିଶ୍ଵାଳ ସହଯୋଗ କରିଥିଲେ। ବିଜେପି ଟିମ୍ ପ୍ରଥମେ ଭଦ୍ରକର ଧାମନଗର ଛକରେ ନିର୍ମାଣ ହେଉଥିବା ଟେ କ ଷ୍ଟା ଇ ଲ ପାର୍କ ବୁଲି ଦେଖିବା ପରେ  ଭଦ୍ରକର ନୂତନ କୋର୍ଟ  ଓ ଭଦ୍ରକ ର ନୂତନ ଜିଲ୍ଲା ହସ୍ପିଟାଲ୍  ବୁଲି ଦେଖିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe