ମୋଦୀ ସରକାର କୃଷି ବ୍ୟବସ୍ଥାକୁ ପୁଞ୍ଜିପତିଙ୍କୁ ଟେକିଦେଇଛନ୍ତି

ଗଞ୍ଜାମ ଚାଷୀ ସବୁ‌ କ୍ଷେତ୍ରରେ ପ୍ରତାରିତ, ତେଜୁଛି ଅସନ୍ତୋଷ

Business Line

କେନ୍ଦ୍ରରେ ଥିବା ମୋଦୀ ସରକାର ଭାରତବର୍ଷର କୃଷି ବ୍ୟବସ୍ଥା ଓ ଅର୍ଥନୀତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଇଛନ୍ତି। ଏହା ହିଁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ପୁଞ୍ଜିପତିମାନଙ୍କ ମାର୍ଗଦର୍ଶନରେ ଏବେ ଦେଶ ଚାଲିଛି। ୩ଟି କଳା କୃଷି ଆଇନ ଚାଷୀମାନଙ୍କ ସ୍ବାର୍ଥରେ କେବେ ବି ଆସିବ ନାହିଁ। ଏପରି ଆଇନ ଆଣିବା ପୂର୍ବରୁ ରାଜ୍ୟମାନଙ୍କ ସହ ପରାମର୍ଶ କରାଯାଇନାହିଁ। ଯଦି ଏସବୁ ଆଇନ ଚାଷୀମାନଙ୍କ ହିତରେ ଥିଲା ତାହେଲେ କୋଭିଡ୍‌ ମହାମାରୀ ପାଇଁ ଲକ୍‌ଡାଉନ୍‌ ଜାରି ଥିବାବେଳେ କାହିଁକି ଅଧ୍ୟାଦେଶ ବଳରେ ତତ୍କକାଳ ଲାଗୁ କରାଗଲା? ବାସ୍ତବରେ ସରକାର ଚାହିଁଥିଲେ ସଂସଦରେ ବିଲ୍‌ ଉପସ୍ଥାପନ କରି ସମସ୍ତଙ୍କ ବିଚାର ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିପାରିଥାନ୍ତେ।

ଦେଶର ୭୬% ଅର୍ଥନୀତି କୃଷି ବ୍ୟବସ୍ଥା ଉପରେ ନିର୍ଭର କରେ। ଏହିକଥାକୁ ଶିଳ୍ପପତିମାନେ ଭଲଭାବେ ଜାଣିଛନ୍ତି। ସେଥିପାଇଁ ବାର୍ଷିକ ୫୦ ଲକ୍ଷ କୋଟି ଟଙ୍କାର କାରବାର କରୁଥିବା କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପୁଞ୍ଜିପତିମାନେ ହଡ଼ପ କରିବାକୁ ବସିଛନ୍ତି। ଏହାକୁ ଘୋର ବିରୋଧ କରାଯିବ। କେନ୍ଦ୍ର ସରକାର ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର ନ କରିବାଯାଏ ଆନ୍ଦୋଳନ ଜାରି ରହିବ। ଆସନ୍ତାକାଲି ସବୁ ଜିଲ୍ଲାପାଳ ଓ ଏଡିଏମ୍‌ଙ୍କ ଅଫିସ ଆଗରେ କୃଷକ ସଂଗଠନମାନଙ୍କ ତରଫରୁ ବିକ୍ଷୋଭ ଓ ଧାରଣା ଦିଆଯିବ।

ଶଶିଭୂଷଣ ସ୍ବାଇଁ, ରାଜ୍ୟ ସଭାପତି, ଅଖିଳ ଭାରତ କୃଷକ ସଭା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe