ଓଡ଼ିଶାରେ ରେଳ ବିକାଶକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି : ବିଜେପି

Advertisment
ଓଡ଼ିଶାରେ ରେଳ ବିକାଶକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି : ବିଜେପି

The New Indian Express

ଭୁବନେଶ୍ବର : ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ରରେ ମୋଦି ସରକାର ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛନ୍ତି। ମୋଦୀ ସରକାରରେ ରେଳ ବଜେଟରେ ପ୍ରତି ବର୍ଷ ଅନୁଦାନ ପରିମାଣ ବୃଦ୍ଧି ପାଉଛି। ଓଡ଼ିଶାକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ରେଳ ବିକାଶ ପାଇଁ ବଜେଟରେ ସର୍ବକାଳୀନ ସର୍ବାଧିକ ୧୦ ହଜାର ୧୨ କୋଟି ଟଙ୍କା ବ୍ୟୟବରାଦ ସହ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ଓଡ଼ିଶାକୁ ରେଳ ବଜେଟରେ ରେକର୍ଡ ପରିମାଣ ଅର୍ଥ ଆବଣ୍ଟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଅତୀତରେ କଂଗ୍ରେସ ସରକାର ଅମଳରେ ଓଡ଼ିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା। ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଥିବା ବେଳେ ମୋଦୀ ସରକାର ୧୦୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦ ପ୍ରତିଶତ ଅଧିକ। ଅନ୍ୟ ପଟରେ ରାଜ୍ୟରେ ରେଳବାଇ ବିକାଶରେ ମୂଳ ବାଧକ ସାଜିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ରାଜ୍ୟ ସରକାର ତ୍ବରାନ୍ବିତ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe