ରାଜ୍ୟର ଜଳ ସଂକଟକୁ ଦୂର କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର

Advertisment
ଜଳ ଜୀବନ ମିସନ୍‌ରେ ଓଡ଼ିଶାକୁ ୮୩୦ କୋଟି ପ୍ରଦାନ

News Vibes of India

ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିସନ’ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍‌
ଗ୍ରାମାଞ୍ଚଳର ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଜଳର ଅଭାବ, ବିଶୁଦ୍ଧ ପିଇବା ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି। ମୋଦୀ ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

publive-image News Intervention

ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିସନ୍’ ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ(ଆଇଏମଆଇଏସ) ଅନୁସାରେ ପାନୀୟ ଜଳ ଓ ପରିମଳ ବିଭାଗର ତଥ୍ୟନୁଯାୟୀ ୨୦୧୯ ଡିସେମ୍ବର ୩୦ ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ଯୋଗେ ଜଳର ସୁବିଧା ପାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପରେ ପାଣି ପହଞ୍ଚାଇବା ପାଇଁ କାମ କରୁଛନ୍ତି। ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ଯୋଗାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ‘ଜଳ ଜୀବନ ମିସନ୍‌’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଟଙ୍କା ଅନୁଦାନ ମିଳିଛି। ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଜି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ଦୈନନ୍ଦିନ ଜୀବନର ଆଧାର ହୋଇଛି। ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ ଜୀବନ ମିସନ୍’ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ନେଇ ମୋଦୀ ସରକାର କାମ କରୁଛନ୍ତି। ଦେଶର ନାଗରିକଙ୍କୁ ସଶକ୍ତ କରିବା, ଜୀବନଶୈଳୀକୁ ସୁଗମ କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିବା ମୋଦୀଙ୍କ ଶାସନର ପ୍ରାଥମିକତାରେ ରହିଛି। ଦୈନିକ ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବାରେ ସଫଳ ହୋଇଛୁ। ମୋଦୀ ସରକାର ବିଶୁଦ୍ଧ ପାଣିର ଉପଲବ୍ଧି ତଥା ଦେଶର ଗ୍ରାମାଞ୍ଚଳରେ ରହୁଥିବା ପରିବାରମାନଙ୍କୁ ପାଇପ୍ ଯୋଗେ ଜଳ ଯୋଗାଇବା କାମକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ଅଭିନବ ଉପାୟରେ କାର୍ଯ୍ୟ କରୁଛନ୍ତି । ସମସ୍ତ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ, ରୋଜଗାର ସୃଷ୍ଟି କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣ କଳ୍ପନାରେ ବଡ଼ ଯୋଗଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe