୮ ବର୍ଷରେ ମୋଦୀ ଅଛନ୍ତି ତ ସବୁ ସମ୍ଭବ ଧାରଣା ସୃଷ୍ଟି ହୋଇଛି: ବିଜେପି

ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ଭୁବନେଶ୍ୱର : ଅତୀତରେ ସରକାର ଲୋକଙ୍କୁ କହୁଥିଲେ ‘ହେଲା ତ ହେଲା, ନହେଲେ ନାହିଁ’ । ବର୍ତମାନ ଲୋକେ କହୁଛନ୍ତି, ‘ଯାହା ଆଗରୁ ହୋଇନଥିଲା, ତାହା ମୋଦୀ ସରକାରଙ୍କ ଶାସନ କାଳରେ ହେଲା’। ଗତ ୮ବର୍ଷରେ ‘ଦେଶର କିଛି ହୋଇ ପାରିବ ନାହିଁ’ ଚିନ୍ତାଧାରାରୁ ‘ମୋଦୀ ଅଛନ୍ତି ତ ସବୁ କିଛି ସମ୍ଭବ’ର ଧାରଣା ସୃଷ୍ଟି ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

କେନ୍ଦ୍ରରେ ବିଜେପି ସରକାରର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ ଯେ ଗତ ୮ ବର୍ଷ ଯାତ୍ରାରେ ଜାତି, ପରିବାର, ଭ୍ରଷ୍ଟାଚାର, ତୁଷ୍ଟୀକରଣ ଭାରତୀୟ ରାଜନୀତିକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ, ବିକାଶବାଦର ଜୟଯାତ୍ରାରେ ପରିଣତ କରାଯାଇଛି। ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନ‌ରେ ଉନ୍ନତି ହୋଇଛି। ଏହା ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା। ଏହି ଅବସରରେ ଶ୍ରୀ ମହାନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେବା ସହ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ‌କିପରି ତତ୍ପରତା ଦେଖାଇଛନ୍ତି ତାହା କହିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀ, ବସନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମନମୋହନ ସାମଲ, ପୃଥ୍ବୀରାଜ ହରିଚନ୍ଦନ, ଅନିତା ଶୁଭଦର୍ଶିନୀ, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe