ମୋଦୀ ଦେଶଦ୍ରୋହୀ!: ନରସିଂହ

Advertisment
ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କୁହନ୍ତି ତାହା କରନ୍ତି ନାହିଁ। ଯାହା ପ୍ରତିଶ୍ରୁତି ରଖନ୍ତି ତାହା ପାଳନ କରନ୍ତି ନାହିଁ। ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅତୀତରେ ଏ ନେଇ କଣ କହିଥିଲେ ତାକୁ ମନେ ପକାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ଶ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ବୃଦ୍ଧି ଘଟିଲେ ଶ୍ରୀ ମୋଦୀ ନିଜ ବକ୍ତବ୍ୟରେ କହିଥିଲେ, ଦେଶରେ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ଯେଉଁ ପ୍ରଧାନମନ୍ତ୍ରୀ କମାଇ ପାରିବ ନାହିଁ କିମ୍ବା ନିୟନ୍ତ୍ରଣରେ ରଖିପାରିବ ନାହିଁ, ସେ ଜଣେ ଦେଶଦ୍ରୋହୀ। ଏବେ ଯେପରି କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି, ତାହେଲେ ଧରିନେବାକୁ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଭାଷାରେ ସେ ଦେଶଦ୍ରୋହୀ ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

ସେ କହିଛନ୍ତି ଯେ ସାଧାରଣ ଜନତାଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଲୁଟୁଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମ ଥିଲାବେଳେ ଉଭୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ ବସାଇ ସାଧାରଣ ଜନତାଙ୍କ କଷ୍ଟ ଉପାର୍ଜିତ ଧନକୁ ଗତ ସାଢ଼େ ୬ ବର୍ଷ ହେଲାଣି ଲୁଟୁଛନ୍ତି। ଏହି ଲୁଟ୍‌ର ପରିମାଣ ୨୦ ଲକ୍ଷ କୋଟି ଟଙ୍କା ହେବ। ତୈଳଦର ବୃଦ୍ଧି ପ୍ରଭାବରେ ସମସ୍ତ ପ୍ରକାର ସାମଗ୍ରୀ ଦର ଆକାଶଛୁଆଁ ହେଲାଣି। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଅତୀତରେ ଦେଇଥିବା ବକ୍ତବ୍ୟ ଆଧାରରେ ଶ୍ରୀ ମୋଦୀ ଜଣେ ଦେଶଦ୍ରୋହୀ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରନ୍ତୁ କିମ୍ବା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe