ବାଲିଯାତ୍ରା ଉଦ୍‌ଘାଟନ କରିପାରନ୍ତି ମୋଦୀ

Advertisment

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି।

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି।

modi un

କଟକ: ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସୁଥିବାରୁ ଏଭଳି ଚର୍ଚ୍ଚାର ଗୁରୁତ୍ବକୁ ବଢ଼ାଇଦେଇଛି। ତା’ଛଡ଼ା, ଚଳିତବର୍ଷର ବାଲିଯାତ୍ରା ସ୍ମରଣିକାରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରକାଶ ପାଇବାକୁ ଯାଉଛି। କେବଳ ସେତିକି ନୁହେଁ, ଗତବର୍ଷ ବାଲିଯାତ୍ରା ସମୟରେ ବାଲି ଠାରେ ପ୍ରଧାନମନ୍ତ୍ରୀ କଟକର ସମ୍ପର୍କରେ କହି ଆନ୍ତର୍ଜାତିକ ସ୍ତରରେ ଏହାର ମାନ ବୃଦ୍ଧି କରିଥିଲେ। ଏସବୁ ଦୃଷ୍ଟିରୁ ଏଥରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। 

ପ୍ରଧାନମନ୍ତ୍ରୀ ବାଲିଯାତ୍ରା ଉତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ପ୍ରଚାରିବାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସ୍ମରଣିକାରେ ପ୍ରକାଶ ପାଇବ। କିନ୍ତୁ, ପ୍ରଧାନମନ୍ତ୍ରୀ ଆସିବେ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି ନିଷ୍ପତ୍ତି ନିଆଯାଇନି, ସରକାରୀସ୍ତରରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରଥମଥର ପାଇଁ ବାଲିଯାତ୍ରାରେ ଭାରତ ସରକାରଙ୍କ ଆଇସିସିଆର୍‌ ପକ୍ଷରୁ ସ୍ଲୋଭାକିଆର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe