ଭୁବନେଶ୍ୱର: ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରର ନାମ ନ ନେଇ ବିଭିନ୍ନ ଯୋଜନା ରୂପାୟନରେ ରାଜ୍ୟ ବିଫଳ ହୋଇଥିବା ଦର୍ଶାଇ ଥିଲେ।
/sambad/media/post_attachments/wp-content/uploads/2018/12/Screen-shot-2018-12-24-at-4.08.29-PM-300x203.jpg)
ନିିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଉଥିବାବେଳେ ଓଡ଼ିଶା ଏହା ହାସଲ କରିପାରିଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ । ମୋଟାମୋଟି ରାଜ୍ୟ ସରକାଙ୍କ ବିଫଳତାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉପସ୍ଥାପିତ କରିଥିଲେ। ସେ କହିଥିଲେ ସ୍ୱଚ୍ଛତା ଅଭିଯାନରେ ଓଡ଼ିଶା ପଛରେ ରହିଛି। ଏଠାକାର ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ପୁଣି ଓଡ଼ିଶାରେ ବହୁ ଅଞ୍ଚଳରେ ବିଶୁଦ୍ଧ ପାଣି ମିଳୁ ନାହିଁ। ଶିକ୍ଷକମାନଙ୍କୁ ବେତନ ପାଇବା ଲାଗି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଡ଼ୁଛି। ଚିଫ୍ ଫଣ୍ଡ ଦୁର୍ନୀତି ସହିତ ଓଡ଼ିଶାକୁ ମାଡ଼ି ବସିଛି ପିସି ସଂସ୍କୃତି। ଓଡ଼ିଶାରେ ଭ୍ରଷ୍ଟାଚାର ଦାନବ ଶକ୍ତିଶାଳୀ ହୋଇ ଚାଲିଛି। ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଥିଲେ, ଦୁର୍ନୀତି ଦାନବକୁ ଦାନାପାଣି ଦେଉଛି କିଏ?
ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାକୁ ସାମିଲ୍ କରି ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଏହି ଯୋଜନା ଲାଗୁ ହେଲେ ଗରିବ ଲୋକମାନେ ଦେଶର ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରନ୍ତେ, କିନ୍ତୁ ଓଡ଼ିଶା ଏଥିରୁ ବଞ୍ଚତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦୦ ଦିନରେ ୬ ଳକ୍ଷ ଗରିବ ରୋଗୀ ଏହାର ସୁବିଧା ନେଇଥିବାବେଳେ ଜଣେ ହେଲେ ଓଡ଼ିଆ ଏହାର ଫାଇଦା ପାଇପାରିଲେ ନାହିଁ।
ଏଥିସହ କୃଷକମାନଙ୍କ ଲାଗି କେନ୍ଦ୍ର ସରକାର କରୁଥିବା ବିଭିନ୍ନ ସୁବିଧାର ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଚାଷୀଙ୍କ ବିକାଶ ଲାଗି ଧାନ ସମେତ ୨୨ଟି ଶସ୍ୟର ଏମ୍ଏସ୍ପି ଦେଢ଼ଗୁଣା ବଢ଼ାଇଥିବା ବେଳେ ଓଡିଶାରେ ଚାଷୀ ଫସଲର ଉପଯୁକ୍ତ ପ୍ରାପ୍ୟ ପାଇ ନ ପାରି ପଡୋଶୀ ରାଜ୍ୟରେ ଏହା ବିକ୍ରି କରୁଛନ୍ତି ବୋଲି କହିଥିଲେ।
/sambad/media/post_attachments/wp-content/uploads/2018/12/Screen-shot-2018-12-24-at-3.02.41-PM-300x176.jpg)
ଜଳସେଚନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟର ୭୦ ପ୍ରତିଶତ ଜମି ଜଳସେଚିତ ନୁହେଁ। ୧୦ ଲକ୍ଷ ଏକର ଜମିରେ ଜଳସେଚନ ସୁବିଧା ଦିଆଯିବାର ପ୍ରତିଶୃତି ଦିଆଯାଇଥିଲେ ହେଁ ମାତ୍ର ୨୨,୦୦୦ ଏକର ଜମିକୁ ଜଳସେଚନ ସୁବିଧା ଦିଆଯାଇପାରିଛି। ପ୍ରତିଶୃତି ଓ ରୂପାୟନ ଭିତରେ ପାର୍ଥକ୍ୟ ଅନେକ ବୋଲି ପ୍ରଧାନମନ୍ତ୍ରୀ ମୋଦି ଭାଷଣରେ କହିଥିଲେ।
ଭାଷଣ ପ୍ରସଙ୍ଗରେ ମୋଦି ରାଜ୍ୟର ଦାଦନଙ୍କ ସମସ୍ୟା ଓ ମତ୍ସ୍ୟଜୀବୀଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ମତ୍ସ୍ୟଜୀବୀଙ୍କ ଲାଗି କେନ୍ଦ୍ର ସରକାର ୭,୫୦୦୦ କୋଟି ଟଙ୍କାର ଏକ ପାଣ୍ଠିଗଠନ କରାଯାଇଥିବା ମୋଦି କହିଥିଲେ। ଏଥି ସହ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆରମ୍ଭ କରିଥିବା ବିକାଶମୂଳକ ଯୋଜନା ତାଙ୍କ ସରକାର ଜାରି ରଖିଛି ବୋଲି କହିଥିଲେ। ପୂର୍ବ ସରକାର ଓଡ଼ିଶା ଲାଗି ଯେତିକି ଖର୍ଚ୍ଚ କରିଥିଲେ ଏବେକାର କେନ୍ଦ୍ର ସରକାର ୫ ଗୁଣା ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ।
Follow Us