ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, 'ଆଜି ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଓଡିଶାର ପ୍ରଗତିକୁ ଆଗେଇ ନେବା ପାଇଁ ତାଙ୍କ ପ୍ରୟାସକୁ ସ୍ମରଣ କରୁଛି' ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟ କରି ଲେଖିଛନ୍ତି ଯେ,'ବିଶିଷ୍ଟ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ'। ସେହିପରି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫରେଷ୍ଟ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ |
ଏହା ସହ ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ' ମହାନ ଜନନାୟକ, ଓଡ଼ିଆଙ୍କ ସ୍ୱାଭିମାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଆଦର୍ଶରେ ବିଜୁ ଜନତା ଦଳର ପ୍ରତିଟି କର୍ମୀ ଓଡ଼ିଶା ମା'ର ସେବାରେ ସର୍ବଦା ସମର୍ପିତ। ସଭିଙ୍କୁ ସାଥିରେ ନେଇ ଶ୍ରେଷ୍ଠ ଓଡ଼ିଶା ଗଠନର ତାଙ୍କ ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ'।
Follow Us