ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଅମ୍ପାନ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

Advertisment
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଅମ୍ପାନ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯୋଗୁଁ କିଭଳି କ୍ଷୟକ୍ଷତି ହୋଇଛି ତାହାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଆସିବେ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ସୂଚନା ଦିଆଯାଇଛି | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ | ଏଠାରେ ଅମ୍ପନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଦେଖିବା ସହ ରିଲିଫ ଓ ପୁନଃ ଥଇଥାନ ବାବଦରେ ଉଭୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ |


ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସ୍ଥିତି ତଦାରଖ କରିଥିଲେ | ଏହା ପୂର୍ବରୁ ମୋଦୀ ଆଜି ଟ୍ୱିଟ କରି ଓଡିଶାକୁ ପ୍ରଶଂସା କରିଛନ୍ତି | ବିଶେଷ କରି ସେ ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି |

ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ବାତ୍ୟା ଅମ୍ପନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe