୧୦ରେ ଭୁବନେଶ୍ବର ଆସିବେ ‌ମୋଦୀ! ୩ରେ ସମ୍ବଲପୁର ଆସୁଛନ୍ତି

କଂଗ୍ରେସର ଏକମାତ୍ର ଏଜେଣ୍ଡା-‘ସରକାର ଗଢ-ନୋଟ କମାଅ’: ମୋଦୀ

ଭୁବନେଶ୍ବର: ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୩ରେ ମୋଦୀ ସମ୍ବଲପୁର ଆସିବାକୁ ଥିବାବେଳେ ୧୦ରେ ଭୁବନେଶ୍ବର ଆସିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୩ରେ ସମ୍ବଲପୁର ଆଇଆଇଏମ୍‌ର ନୂଆ କ୍ୟାମ୍ପସ ଉଦ୍‌ଘାଟନ କରିବା ସହ ଏକ ଦଳୀୟ ସମାବେଶରେ ଯୋଗଦେବେ। ସେହିପରି ଫେବ୍ରୁଆରି ୧୦ରେ ପୁଣି ଓଡ଼ିଶା ଗସ୍ତରେ ଆସିବେ। ବିଜେପି ପକ୍ଷରୁ ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଦୁଇଟି ମହିଳା ସମାବେଶ ଆୟୋଜନ କରାଯାଉଛି। ୧୦ତାରିଖରେ ଓଡ଼ିଶାରେ ଆୟୋଜନ ହେବାକୁ ଥିବା ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧନ କରିବେ। ଏନେଇ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ପରବର୍ତ୍ତୀ ସମୟରେ ପୁଣି ଉପକୂଳ ଅଞ୍ଚଳକୁ ଆସିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଭାରତକୁ ଏକ ସୁଦୃଢ଼ ଦେଶ ଭାବେ ଗଢ଼ିବା ପାଇଁ ଓଡ଼ିଶାର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇବେ। ଦଳର କାର୍ଯ୍ୟକର୍ତ୍ତା ବିଶେଷ ଭାବେ ମହିଳା ଓ ଯୁବକମାନେ ଏଥିପାଇଁ ଉତ୍ସାହିତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe