ମୋକିମଙ୍କ ଇସ୍ତଫା ପ୍ରସଙ୍ଗ, ମୋ ପାଖରେ କୌଣସି ସୂଚନା ନାହିଁ: ଶରତ

Advertisment

ଇସ୍ତଫା ପତ୍ର ଦେଇଛନ୍ତି: ନରସିଂହ

ଇସ୍ତଫା ପତ୍ର ଦେଇଛନ୍ତି: ନରସିଂହ

ବାରବାଟୀ-କଟକ ନିର୍ବାଚନୀ ମାମଲା: ବିଧାୟକ ମହମ୍ମଦ ମୋକିମଙ୍କ ଜେରା ଆରମ୍ଭ

Facebook

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଇସ୍ତଫା ଏବେ ଚର୍ଚାର ବିଷୟ ହୋଇଛି। ପଦରୁ ଇସ୍ତଫା ଦେଇଥିବା କଥା ମୋକିମ୍ ସ୍ପଷ୍ଟ କରିଥିଲେ ହେଁ, ପିସିସି ସଭାପତି ଏଭଳି କିଛି ଘଟି ନ ଥିବା କହିଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ମୋ ନିକଟକୁ କୌଣସି ଇସ୍ତଫା ପତ୍ର ଆସିନାହିଁ। ଏବେ ବହୁତ କିଛି ଚର୍ଚା ହେଉଛି। ତେଣୁ ଏସବୁ କଥାକୁ ବିଶେଷ ଗୁରୁତ୍ବ ଦେବା ଉଚିତ୍ ନୁହେଁ। ଆସନ୍ତା ୨ତାରିଖରେ କଂଗ୍ରେସ ଦଳର ବୈଠକ ବସିବ। ଆସନ୍ତା ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରାଯିବ ତାହା ସଂପର୍କରେ ଆଲୋଚନା ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କାର୍ଯ୍ୟ ବ୍ୟସ୍ତତା ହେତୁ ମହମ୍ମଦ ମୋକିମ୍ ସଂପାଦକ ତୁଲାଇ ପାରିବେ ନାହିଁ ବୋଲି ଇସ୍ତଫା ଦେଇଛନ୍ତି। ଅନ୍ୟ କେହି ସଂପାଦକ ହେବେ ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ପୂର୍ବରୁ କିଛିଦିନ ପୂର୍ବରୁ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe