Advertisment

ଯେଉଁ ବର୍ଷ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହି ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ ମୋହନ ମାଝୀ

Advertisment
ଯେଉଁ ବର୍ଷ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହି ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ ମୋହନ ମାଝୀ

ଭୁବନେଶ୍ବର : ୨୪ ବର୍ଷ ପରେ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ କରିଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି। ୟୁପି-ମଧ୍ୟପ୍ରଦେଶ-ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଲାଗୁ କରିଛି। ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ, ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ପ୍ରଭାତି ପରିଡା ଓ କେଭି ସିଂହଦେଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ।

ମୋହନ ମାଝୀ ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଉଭା ହୋଇଛନ୍ତି। ତେବେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଅଜବ ସଂଯୋଗ ଜଣାପଡ଼ିଛି ।   ନବୀନ ପଟ୍ଟନାୟକ ଯେଉଁ ବର୍ଷ (୨୦୦୦ ମସିହା) ପ୍ରଥମ ଥର ପାଇଁ ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହିବର୍ଷ ମୋହନ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଏବେ ୨୪ ବର୍ଷ ପରେ ନବୀନଙ୍କ ବିଦାୟ ପରେ ଓଡ଼ିଶାର କାର୍ଯ୍ୟଭାର ମୋହନଙ୍କ ହାତକୁ ଆସିଛି ।

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ କେନ୍ଦୁଝର ବିଧାନସଭା ଆସନରେ ବିଜୁ ଜନତା ଦଳର ମୀନା ମାଝୀଙ୍କୁ ୧୧,୫୭୭ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ମୋହନ ଚରଣ ମାଝୀ ମୋଟ ୪ ଥର ବିଧାୟକ ହୋଇଛନ୍ତି। ୨୦୦୦ରୁ ୨୦୦୯ ମଧ୍ୟରେ ସେ ଦୁଇଥର କେନ୍ଦୁଝରରୁ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ମୋହନ ଚରଣ ମାଝୀ ୨୦୧୯ରେ କେନ୍ଦୁଝରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe