ସାଧାରଣ ଲୋକଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୁରୁଜୀରୁ ଗୁରୁ ଦାୟିତ୍ବ: ଶିଶୁମନ୍ଦିର ଆଚାର୍ଯ୍ୟରୁ ମୁଖ୍ୟମନ୍ତ୍ରୀ

Business Standard

ଭୁବନେଶ୍ବର: ସାଧାରଣ ଲୋକଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ରାଜଧାନୀରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ ମୋହନ ମାଝୀ। ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ।

ସମସ୍ତଙ୍କର ଅସୁବିଧା ଦୂର କରିବା ଲାଗି ବିଜେପି ସରକାର ଚେଷ୍ଟା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ ବର୍ଷ ଶାସନ କରିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇଯିବା କଥା, ମାତ୍ର ତାହା ହୋଇ ନ ପାରିବା ଦୁର୍ଭାଗ୍ୟଜନକ।

ଏଣେ ସାଧାରଣ ଲୋକେ ଭାବୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଓ ମଧୁର କଥାରେ ଖୁସି ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe