ବିଧାନସଭାରେ ମୋହନ-ନିରଞ୍ଜନ ମୁହାଁମୁହିଁ

Advertisment
ବିଧାନସଭାରେ ମୋହନ-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ଶୁକ୍ରବାର ଦିନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୁହାଁମୁହିଁ ହୋଇଥିଲେ। ଶ୍ରୀ ମାଝୀ ପୁଲିସ୍ ସିପାହୀ ସଂଘର ନିର୍ବାଚନ ପ୍ରସଙ୍ଗରେ କହୁଥିଲା ବେଳେ କିଛି କାଗଜ ଧରି ଦେଖୁଥିଲେ। ଏହା ଉପରେ ଆପତ୍ତି ଉଠାଇଥିଲେ ମନ୍ତ୍ରୀ ଶ୍ରୀ ପୂଜାରୀ। କହିଲେ, ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ କୌଣସି ସଦସ୍ୟ କିଛି ଡକୁମେଣ୍ଟ୍ ପଢ଼ିପାରିବେ ନାହିଁ। କିନ୍ତୁ ଏବେ ବାଚସ୍ପତିଙ୍କ ବିନା ଅନୁମତିରେ ବିରୋଧୀ ଦଳ ମୁଖ୍ୟ ସଚେତକ ଏବେ କିଛି ଡକୁମେଣ୍ଟ୍ କିପରି ପଢ଼ୁଛନ୍ତି? ସବୁ ସମୟରେ ସେ ଏମିତି କରୁଛନ୍ତି। ଏହା ପରେ ଶ୍ରୀ ମାଝୀଙ୍କୁ ବାଚସ୍ପତି କହିଥିଲେ, ଆପଣ ସିଧାସଳଖ କୁହନ୍ତୁ। କିଛି ଡକୁମେଣ୍ଟ୍ ପଢ଼ିବା ଆବଶ୍ୟକ ନାହିଁ।

ଶ୍ରୀ ମାଝୀ ଏହି ଘଟଣାରେ ଭୀଷଣ ଉତ୍ତ୍ୟକ୍ତ ହୋଇପଡ଼ି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ମୁଁ କୌଣସି ଡକୁମେଣ୍ଟ୍ ଏଠାରେ ପଢ଼ି ନାହିଁ। ଆପଣ ନିଜେ କାଗଜ ନ ଦେଖିକି କେବେ କିଛି କୁହନ୍ତି କି? ଆପଣ ସବୁବେଳେ କାଗଜ ଦେଖିକି କୁହନ୍ତି। ମୋତେ ଆପଣ ଏମିତି କହିପାରିବେନି। କାଗଜରେ ପଏଣ୍ଟ୍ ନଦେଖିଲେ କହିବୁ କେମିତି?
ଅତ୍ୟନ୍ତ ଉଚ୍ଚସ୍ବରରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବାରୁ ବାଚସ୍ପତି ପୁଣି ହସ୍ତକ୍ଷେପ କରିଥିଲେ। ଶ୍ରୀ ମାଝୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣ ଉତ୍ତ୍ୟକ୍ତ ହୁଅନ୍ତୁ ନାହିଁ। ନିୟମରେ ଥିବା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି। ଆପଣ ଆପଣଙ୍କ ବକ୍ତବ୍ୟ ଜାରି ରଖନ୍ତୁ। ଏହା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe