Mohan Sarkar completes 500 days: ମୋହନ ସରକାରଙ୍କୁ ୫୦୦ ଦିନ ପୂରିଲା: ୩୩ ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳକୁ ଆଜି ୫୦୦ ଦିନ ପୂରଣ ହୋଇଛି। ୫୦୦ ଦିନ କାର୍ଯ୍ୟକାଳ ପୂରଣ ଅବସରରେ ସରକାର ଆଜି ବିଭିନ୍ନ କ୍ଷେତ୍ରରେ ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।

Mohan
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳକୁ ଆଜି ୫୦୦ ଦିନ ପୂରଣ ହୋଇଛି। ୫୦୦ ଦିନ କାର୍ଯ୍ୟକାଳ ପୂରଣ ଅବସରରେ ସରକାର ଆଜି ବିଭିନ୍ନ କ୍ଷେତ୍ରରେ ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବା ସହିତ ୬୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିକଶିତ ଓଡ଼ିଶା ୨୦୩୬ ହାସଲ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ମାଇଲଖୁଣ୍ଟ ହାସଲ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗତ ୫୦୦ ଦିନ ଏକ ନିର୍ଭରଯୋଗ୍ୟ, ପ୍ରଗତିଶୀଳ ଏବଂ ନିବେଶ ଅନୁକୂଳ ଓଡ଼ିଶାକୁ ପ୍ରତିଫଳିତ କରୁଛି। ଦେଶବିଦେଶର ନିବେଶକମାନେ ଓଡ଼ିଶା ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେଥିରୁ ଆମ ନୀତିର ସୁଦୃଢ଼ତ‌ା ସହିତ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଓଡ଼ିଶା ପାଇଁ ଲକ୍ଷ୍ୟ ପ୍ରତିଫଳିତ ହେଉଛି।  
ଆଜି ଦୁଇଟି ଯାକ କମିଟିରେ ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଆଇଟି ଓ ଇଏସ୍‌ଡିଏମ୍‌, ଏରୋସ୍ପେସ୍‌ ଓ ପ୍ରତିରକ୍ଷା, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ, ଆଇଟି ଓ ଆଇଟିଇଏସ୍‌, ଡାଟା ସେଣ୍ଟର, ସ୍ବତନ୍ତ୍ର ଇସ୍ପାତ, ଆଲୁମିନିୟମ, ଶକ୍ତି ଓ ଅକ୍ଷୟ ଶକ୍ତି, ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଆମୋନିଆ, ରସାୟନ, ସେମିକଣ୍ଡକ୍ଟର ଏବଂ ରେୟାର ଆର୍ଥ ମ୍ୟାଟେରିଆଲ୍ସ କ୍ଷେତ୍ରରେ ଅନ୍ତର୍ଭୁକ୍ତ। ଏହି ନିବେଶଗୁଡ଼ିକ ରାଜ୍ୟର ୧୪ଟି ପ୍ରମୁଖ ଜିଲ୍ଲାରେ ପରିବ୍ୟାପ୍ତ। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼। 
ନିର୍ଭରଯୋଗ୍ୟ, ପ୍ରଗତିଶୀଳ, ନିବେଶ ଅନୁକୂଳ ଓଡ଼ିଶାର ପ୍ରତିଫଳନ: ମୁଖ୍ୟମନ୍ତ୍ରୀ
ନୂଆ ସରକାର ୭.୭ ଲକ୍ଷ କୋଟିର ୩୩୦ ପ୍ରକଳ୍ପକୁ ଦେଲେଣି ମଞ୍ଜୁରି
ସ୍ବତନ୍ତ୍ର ସିଙ୍ଗଲ୍‌ ୱିଣ୍ଡୋ, ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌୪୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କମିଟି ବୈଠକରେ ୧,୪୧,୯୯୩.୫୪ କୋଟି ଟଙ୍କା ମୂଲ୍ୟର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ନିବେଶ ଫଳରେ ୪୯,୭୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଅନେକ ନୂଆ ଯୁଗର ନିବେଶ ଅଗ୍ରାଧିକାର ପାଇଛି। ସେଗୁଡ଼ିକ ମଧ୍ୟରେ ସିଇଏସ୍‌ସି ଗ୍ରିନ୍‌ ପାୱାର ଲିମିଟେଡ୍‌ ପକ୍ଷରୁ ଇଏସ୍‌ଡିଏମ୍‌ (ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍ ମ୍ୟାନୁଫାକ୍‌ଚରିଂ) କ୍ଷେତ୍ରର ନିବେଶ ରହିଛି। ଏସିଏମ୍‌ଇ ଅକ୍ଷୟ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ର ଗ୍ରିନ୍‌ ହାଇଡ୍ରୋଜେନ୍ ଏବଂ ଗ୍ରିନ୍‌ ଆମୋନିଆ କ୍ଷେତ୍ରରେ ନିବେଶ ରହିଛି। ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍‌ର ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରର ନିବେଶ ଅଛି। 
ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କମିଟିର ୧୪୧ତମ ବୈଠକରେ ୪୦୧୯.୫୩ କୋଟି ଟଙ୍କାର ନିବେଶକୁ ମଞ୍ଜୁରି ମିଳିଛି। ଏଥିରେ ମୋଟ ୨୧ଟି ପ୍ରକଳ୍ପକୁ ଅନୁ‌ମୋଦନ ଦିଆଯାଇଛି। ଏହି ନିବେଶ ଫଳରେ ୧୬,୫୯୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ୫୦୦ ଦିନ ମଧ୍ୟରେ ଓଡ଼ିଶା ସରକାର ‘ଡବଲ ଇଞ୍ଜିନ-ୱାନ୍‌ ଭିଜନ୍‌, ଡବଲ ଇମ୍ପାକ୍ଟ’ ଅଧୀନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି। ଉକ୍ତ ଅବଧିରେ ୧୨ଟି ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ବୈଠକ ଏବଂ ୭ଟି ଏଚ୍‌ଏଲ୍‌ସିଏ ବୈଠକ ଅନୁଷ୍ଠିତ ହୋଇଛି। ଏଗୁଡ଼ିକରେ ମୋଟ ୭.୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ ୩୩୦ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ନିବେଶ ଫଳରେ ୪.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିସହିତ ୭୬ଟି ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ୮ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। ଏଗୁଡ଼ିକରେ ମୋଟ ୨.୦୪ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇ ୧.୬୩ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। 
୪୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ
ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପ
କ୍ର.ନଂ. କମ୍ପାନି ପ୍ରକଳ୍ପ ମୂଲ୍ୟ(କୋଟିରେ) ନିଯୁକ୍ତି ସୁଯୋଗ କ୍ଷେତ୍ର ସ୍ଥାନ
୧. ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ. ୮୪,୦୦୦ ୩୬,୦୦୦ ରସାୟନ ସୁନ୍ଦରଗଡ଼
୨. ଜିନ୍ଦଲ ଇଣ୍ଡିଆ ପାୱାର ୧୪,୮୦୦ ୧୦୬୦ ଶକ୍ତି ଓ ଅକ୍ଷୟ ଶକ୍ତି ଅନୁଗୁଳ
୩. ହିଣ୍ଡାଲକୋ ୧୦,୫୧୭ ୧୧୬୯ ଆଲୁମିନିୟମ ସମ୍ବଲପୁର
୪. ଏସିଏମ୍‌ଇ ଅକ୍ଷୟ ଏନର୍ଜି ୧୨,୪୨୨ ୧୧୩୬ ଗ୍ରିନ୍‌ ଡାଇଡ୍ରୋଜେନ୍ ଆଣ୍ଡ୍ ଗ୍ରିନ ଆମୋନିଆ କେନ୍ଦ୍ରାପଡ଼ା
୫. ଏସିଏମ୍‌ଇ ଅକ୍ଷୟ ଏନର୍ଜି ୨୩୪୪.୫୦ ୧୫୨ ଗ୍ରିନ୍‌ ଡାଇଡ୍ରୋଜେନ୍ ଆଣ୍ଡ୍ ଗ୍ରିନ ଆମୋନିଆ କେନ୍ଦ୍ରାପଡ଼ା
୬. ସିଇଏସ୍‌ସି ଗ୍ରିନ୍‌ ପାୱାର ୪୫୦୫.୧୪ ୧୭୮୩ ଇଏସ୍‌ଡିଏମ୍‌ ଢେଙ୍କାନାଳ
୭. ୟୁପିଏଲ୍‌ ଲିମିଟେଡ ୪୦୦୦ ୨୫୦୦ ରସାୟନ ଓ ରସାୟନିକ ଉତ୍ପାଦ ଜଗତସିଂହପୁର
୮. ହିମାଦ୍ରୀ ଆଡଭାନ୍ସ ନ୍ୟୁ ଏନର୍ଜି ମ୍ୟାଟେରିଆଲ ୨୬୦୦ ୧୬୫୦ ରସାୟନ ଢେଙ୍କାନାଳ
୯. ସାରଲୋହା ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୨୪୯୯.୯୦ ୫୦୦ ଇସ୍ପାତ ଢେଙ୍କାନାଳ
୧୦. ପରିକ ଇନୋଭେଟିଭ ସଲ୍ୟୁସନ୍ସ ୨୧୦୦ ୨୨୫୦ ରେୟାର ଆର୍ଥ ଗଞ୍ଜାମ
୧୧. ଏୟାର ଲିକ୍ବିଡ ‌ଇଣ୍ଡିଆ ହୋଲଡିଂ ୧୨୦୦ ୪୫ ରସାୟନ ଯାଜପୁର
୧୨. ଟପଟ୍ରାକ୍‌ ହାଇଟେକ ପିସିବି ୧୦୦୫ ୧୫୦୦ ଇଏସ୍‌ଡିଏମ୍‌ ଖୋର୍ଦ୍ଧା
ମୋଟ ୧,୪୧,୯୯୩.୫୪ ୪୯,୭୪୫
--------------------------------------
୧୪୧ତମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ
ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପ
କ୍ର.ନଂ. କମ୍ପାନି ପ୍ରକଳ୍ପ ମୂଲ୍ୟ(କୋଟିରେ) ନିଯୁକ୍ତି ସୁଯୋଗ କ୍ଷେତ୍ର ସ୍ଥାନ
୧. ଏନ୍‌ଏଲ୍‌ସି ଇଣ୍ଡିଆ ୭୦ ୨୯୦ ଆଇଟି ଓ ଇଏସ୍‌ଡିଏମ୍‌ ଖୋର୍ଦ୍ଧା
୨. ଟିଭିଏସ୍‌-ଏବିଆଇ ସୋୱାଟେକ୍‌ ୨୦୦ ୩୦୦ ଏରେସ୍ପେସ ଓ ପ୍ରତିରକ୍ଷା ଖୋର୍ଦ୍ଧା
୩. ଟୋରେ ମାସ୍‌ ଆପାରେଲ୍‌ ୩୯୨ ୨୧୭୪ ବୟନ ଓ ପୋଷାକ ଖୋର୍ଦ୍ଧା
୪. ଶ୍ରୀ ଅମ୍ବିକା କଟସ୍ପିନ୍‌ ୧୨୪ ୪୨୫ ବୟନ ଓ ପୋଷାକ ବଲାଙ୍ଗୀର
୫. ବୋନି ଏନକ୍ଲେଭ ୭୦ ୩୬୭୫ ବୟନ ଓ ପୋଷାକ ପୁରୀ
୬. ଇରିସ୍‌ କ୍ଲଥିଂସ ଲିଃ. ୬୬ ୨୦୦୦ ବୟନ ଓ ପୋଷାକ ‌ଖୋର୍ଦ୍ଧା
୭. କରତାର୍‌ ଫେସନ୍ସ ପ୍ରା. ଲିଃ. ୫୧ ୧୧୭୦ ବୟନ ଓ ପୋଷାକ କଟକ
୮. ରିଲାଏନ୍ସ କଞ୍ଜ୍ୟୁମର ୯୩୮ ୬୦୦ ଖାଦ୍ୟ ଓ ପାନୀୟ ଖୋର୍ଦ୍ଧା
୯. ଆଶୀର୍ବାଦ ଫୁଡ୍‌ ୫୮.୬୧ ୬୦୭ ଖାଦ୍ୟ ଓ ପାନୀୟ ଖୋର୍ଦ୍ଧା
୧୦. ଲାଇଫ୍‌ ହୋଟେଲ ୧୫୦ ୨୨୫ ପର୍ଯ୍ୟଟନ କଟକ
୧୧. ହୋଟେଲ ପାଲ ରିଜେନ୍ସି ୧୪୮ ୫୨୫ ପର୍ଯ୍ୟଟନ ଖୋର୍ଦ୍ଧା
୧୨. ଉଡ୍ରା କନଷ୍ଟ୍ରକସନ୍ସ ୧୧୩ ୨୦୦ ପର୍ଯ୍ୟଟନ ସମ୍ବଲପୁର
୧୩. ମେସମେରିଜିନ୍‌ ପାରାଡୋର୍‌ ୬୭ ୬୪ ପର୍ଯ୍ୟଟନ କନ୍ଧମାଳ
୧୪. ଆଇକନ ସୋଲାର ୭୫୦ ୫୧୫ ସବୁଜ ଶକ୍ତି ଉପକରଣ ଗଞ୍ଜାମ
୧୫. ଉମଙ୍ଗ ଆସୋସିଏଟ୍‌ସ ୧୮୦ ୧୭୦ ସ୍ବତନ୍ତ୍ର ଇସ୍ପାତ ଯାଜପୁର
୧୬. ଏସ୍‌ସିଏସ୍‌ କନଷ୍ଟ୍ରକସନ୍ସ ଇଣ୍ଡିଆ ୧୫୦ ୮୦୦ ଆଲୁମିନିୟମ ଅନୁଗୁଳ
୧୭. ଇନଲ୍ୟାଣ୍ଡ୍‌ ୱାର୍ଲଡ ଲଜିଷ୍ଟିକ୍ସ ୯୯.୩୧ ୮୫୦ ଇସ୍ପାତ ଓ ଫେରୋ ଆଲୟ ଯାଜପୁର
୧୮. ଓରିଅମ୍‌ ରିଫ୍ରାକ୍ଟୋରିଜ୍‌ ୯୨.୭୦ ୧୦୦୦ ଧାତବ ଝାରସୁଗୁଡ଼ା
୧୯. ଶ୍ରୀ ଏମ୍‌କେ ଷ୍ଟିଲ୍‌ ୬୨.୯୧ ୩୬୦ ଇସ୍ପାତ ଓ ଫେରୋ ଆଲୟ ଯାଜପୁର
୨୦. ଶ୍ରୀ ମହାବୀର ଫେରୋ ଆଲଏଜ୍‌ ୧୫୦ ୩୦୦ ପରିବହନ ଓ ଗୋଦାମ କଟକ
୨୧. ଫୁଏଲକୋ ପାୱାର ୮୭ ୩୪୦ କୋଇଲା ଝାରସୁଗୁଡ଼ା
ମୋଟ ୪୦୧୯.୫୩ ୧୬୫୯୦
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe