ଅତିଥି ଭବନରୁ କାର୍ଯ୍ୟ ଆରମ୍ଭ କଲେ ମୋହନ: ୧୦୦ ଦିନର କାର୍ଯ୍ୟକ୍ରମର ଟାର୍ଗେଟ୍‌ ଦେଲେ

Advertisment
ଅତିଥି ଭବନରୁ କାର୍ଯ୍ୟ ଆରମ୍ଭ କଲେ ମୋହନ: ୧୦୦ ଦିନର କାର୍ଯ୍ୟକ୍ରମର ଟାର୍ଗେଟ୍‌ ଦେଲେ

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ଶପଥ ଗ୍ରହଣ ପରେ ସନ୍ଧ୍ୟାରେ ଲୋକସେବା ଭବନ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ସକାଳେ ପୁରୀରୁ ଫେରିଲା ପରେ ଲୋକସେବା ଭବନ ନଯାଇ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ ଆରମ୍ଭ କରିଥିଲେ। ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମ କ’ଣ ହେବ, ସେଥି ପାଇଁ ସେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଜେପିର ସଂକଳ୍ପ ପତ୍ର ଆଧାରରେ ଏହି କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ସୂଚନା ମିଳିଛି।

ବିଧାନସଭା ଅଧିବେଶନ କେବେ ଆରମ୍ଭ କରିହେବ, ସେ ନେଇ ମୁଖ୍ୟମନ୍ତ୍ରୀ ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍‌ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ତାରିଖ ସ୍ଥିର କରାଯିବ। ଆଜି ବିଭିନ୍ନ କର୍ମଚାରୀ ସଂଗଠନ ଓ ବହୁ ଲୋକ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛିଟା ନବୀକରଣ କାର୍ଯ୍ୟ ଚାଲିଛି। ଏହା ବାଦ୍ ମନ୍ତ୍ରୀ କରିଡର୍‌ରେ ମଧ୍ୟ ସାଜସଜା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe