ମୋହନଙ୍କ ବୁଲଡୋଜର ଭଦ୍ରକରେ ଚାଲିଲା: ଜବରଦଖଲ ଉଚ୍ଛେଦ

Advertisment
ମୋହନଙ୍କ ବୁଲଡୋଜର ଭଦ୍ରକରେ ଚାଲିଲା: ଜବରଦଖଲ ଉଚ୍ଛେଦ

ଭଦ୍ରକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକରେ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ଗୁରୁବାର ବୁଲଡୋଜର ଚାଲିଛି । ଭଦ୍ରକ ସହରର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଚାଲିଛି । ପ୍ରଥମ ଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀ ଜମିକୁ ଅବରୋଧ କରି ହୋଇଥିବା ଦୋକାନଗୁଡିକୁ ଉଚ୍ଛେଦ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଇ ଏହି ଘର ଗୁଡିକୁ ଭଙ୍ଗାଯାଇଛି । ଭଦ୍ରକରେ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ଜାରି ରହିବା ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇଥିବା ସମସ୍ତ ବେଆଇନ ଘରକୁ ଭଙ୍ଗାଯିବ ବୋଲି ଭଦ୍ରକ ସିଟି ଡିଏସପି କହିଛନ୍ତି।

ସୂଚନାଯୋଗ୍ୟ, ଏନେଇ ବାରମ୍ବାର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, ନ ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ।

ଅଗଷ୍ଟ ୧ ତାରିଖରେ ଭଦ୍ରକ ସହରର ଅପତ୍ତିବିନ୍ଧା ଛକଠାରୁ ଉଚ୍ଛେଦ ଆରମ୍ଭ କରାଯାଇ ଭଦ୍ରକର ପୁରୁଣା କଚେରି ରାସ୍ତା ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି । ପୁଣି ସେଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ। ପରେ ଡାହାଣୀ ଗାଡିଆ ଛକ ପର୍ଯ୍ୟତ ଉଚ୍ଛେଦ କରାଯିବ।

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଇଥିଲା। ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନେତୃତ୍ୱରେ ଭଦ୍ରକ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ ସବୁ ତହସିଲ କର୍ମଚାରୀଙ୍କ ସହ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe