Grabbed from the video
ଡୁଙ୍ଗୁରପାଲି: ରବିବାର ପୂର୍ବାହ୍ନରେ ସହଲା ରେଳବାଇ ଗେଟ୍ ନିକଟରେ ଗୋଟାଏ ମାଲ୍ଗାଡ଼ି ଚାପାରେ ଜଣେ ମହିଳା ଏବଂ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି।
ଆହତମାନେ ହେଲେ ଅନ୍ଧାରୀବାଞ୍ଝି ଗାଁ ନିବାସୀ ପରମାନନ୍ଦ ନାୟକଙ୍କ ୩୫ ବର୍ଷୀୟ ପତ୍ନୀ ଲଳିତା ଏବଂ ୩ ବର୍ଷୀୟ ଝିଅ ଲୁସି।
ଦିନ ପ୍ରାୟ ୧୧: ୪୫ରେ ସହଲା ରେଳବାଇ ଫାଟକ ଠାରୁ ୨୫ ମିଟର ଭିତରେ ସେମାନଙ୍କ ଉପରେ ମାଲ୍ଗାଡ଼ି ମାଡ଼ି ଯିବାର ଲୋକେ ଦେଖିବା ପରେ ଭିଡିଓ ଉତ୍ତୋଳନ କରିଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଲଳିତାଙ୍କର ଗୋଟିଏ ଗୋଡ଼ କଟିଯାଇଛି ଏବଂ ଲୁସିର ଗୋଟିଏ ପାଦର ଉପର ଅଂଶ କଟିଯାଇଛି। ଦୁହେଁ ଅଚେତ ଅବସ୍ଥାରେ ଅଛନ୍ତି।
Follow Us