ମନୋଜ ହତ୍ୟାକାଣ୍ଡ: ଘଟଣାସ୍ଥଳରେ ଏସ୍‌ପି, ୪ ଜଣଙ୍କୁ ଉଠାଇଲା ପୁଲିସ

Advertisment
ମନୋଜ ହତ୍ୟାକାଣ୍ଡ: ଘଟଣାସ୍ଥଳରେ ଏସ୍‌ପି, ୪ ଜଣଙ୍କୁ ଉଠାଇଲା ପୁଲିସ

ରତ୍ନଗିରି: ବରୀ ଥାନା ଅନ୍ତର୍ଗତ ମହାକାଳପଡ଼ା ନିକଟ ବିରୂପା ନଦୀପଠାରୁ ଅଟୋ ଡ୍ରାଇଭର ମନୋଜ ଗୋଚ୍ଛାୟତ(୨୬)ଙ୍କ ଶବ ଉଦ୍ଧାର ପରେ ପୁଲିସ ହତ୍ୟା ରହସ୍ୟ ଭେଦିବା ପାଇଁ ତଦନ୍ତ ଚଳାଇଛି।  ଆଜି ଯାଜପୁର ଏସ୍‌ପି ରାହୁଲ ପିଆର ଶବ ମିଳିଥିବା ବିରୂପା ନଦୀପଠାରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ସନ୍ଦେହ ଘେରରେ ଥିବା ଜଣେ ମହିଳା ଏବଂ ଅନ୍ୟ ୩ଜଣଙ୍କୁ ପୁଲିସ ଉଠାଇ ନେଇଛି। ସନ୍ଦଗ୍ଧମାନଙ୍କୁ ଜେରା କରାଯାଉଛି।

ନିକିରାଇ ଥାନା ଇନ୍ଦୁପୁର ଗ୍ରାମର ନିଖୋଜ ମନୋଜ କୁମାର ଗୋଚ୍ଛାୟତଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ଗମୁ ଗ୍ରାମରୁ ଜୈନିକ ଯୁବକଙ୍କୁ ପୁଲିସ୍‌ ଉଠାଇ ଆଣିଥିଲା।  ଦୁଇଦିନ ତଳେ ଜେରା କରି ଛାଡିଦେଇଥିବା ମହିଳାଙ୍କୁ ପୁଣି ଗତକାଲି ବିଳମ୍ବିତ ରାତିରେ ପୁଲିସ ଆଣିଛି। ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଓ ନାବାଳକ ପୁଅକୁ ପୁଲିସ୍‌ ଅଟକ ରଖିଛି।  ମନୋଜ ହତ୍ୟାକାଣ୍ତରେ ଏହି ମହିଳାଙ୍କ ସଂପୃକ୍ତି ରହିଥାଇପାରେ ବୋଲି ଚର୍ଚ୍ଚା ହେଉଛି।  ଗତକାଲି ଦିନ ତମାମ ଅଧିକାରୀମାନେ ବିଭିନ୍ନ ଅ‌ଞ୍ଚଳ ଗ୍ରସ୍ତ କରିଥିବା ଦେଖିବାକୁ ମିଳିଥିଲା‌। ଆଜି ଘଟଣାସ୍ଥଳରେ ଏସ୍‌ପି ରାହୁଲ୍ ପିଆର୍,ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ବରୀ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। ପ୍ରଥମେ ଗଳିତ ଶବ ଉଦ୍ଧାର ହୋଇଥିବା ବିରୂପା ନଦୀପଠାରେ ପହଞ୍ଚିଥିଲେ। ପରେ ସନ୍ଦ‌େହ ଘେରରେ ରହିଥିବା ମହାକାଳପଡାର ଜୈନିକା ମହିଳାଙ୍କ ଘର ପାଖ ଅଞ୍ଚଳରେ କରିଥିଲେ। ଅଟକ ଥିବା ଲୋକଙ୍କୁ ବିଭିନ୍ନ ସ୍ଥାନ‌ରେ ରଖି ପଚରାଉଚରା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe