ଭୁବନେଶ୍ୱର: ସୋମବାର ଦିନ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଭିନ୍ନ ଦଳର ବହୁ ଜଣାଶୁଣା ନେତା ସୋମବାର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/np.jpg)
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭଦ୍ରକ ସବ୍-କଲେକ୍ଟର୍ ତଥା ରିଟର୍ଣ୍ଣିଙ୍ଗ୍ ଅଫିସର୍ଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/Jay.jpg)
କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏକ ବିରାଟ ରାଲିରେ ଆସି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/dd-1.jpg)
କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍ ପ୍ରାର୍ଥୀପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଙ୍ଗ୍ ଅଫିସର୍ଙ୍କ କାର୍ଯ୍ୟାଳୟକୁ ଆସି ଅସୁସ୍ଥତା ବଶତଃ ଉପର ମହଲାକୁ ଉଠି ନ ପାରି ତଳ ମହଲାରେ ଅଟକି ରହିଥିଲେ। ଏହାପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/bedaprakash.jpg)
ଭଦ୍ରକ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/raj-kishore.jpg)
ମୋରଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ, ଜେଏମ୍ଏମ୍ର ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା ଓ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ମୋରଡ଼ା ବିଧାନସଭା ଆସନ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ବାରିପଦା ଏଡିଏମ୍ଙ୍କ ନିକଟରେ ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/pratima-jspur.jpg)
ଜଗତ୍ସିଂହପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/pratap.png)
ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ନା ଭରିଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୪ ନିର୍ବାଚନରେ ଏହି ବାଲେଶ୍ୱର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଲଢି ସାଂସଦ ରବୀନ୍ଦ୍ର ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥର ମଧ୍ୟ ପ୍ରତପ ଷଡଙ୍ଗୀ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
/sambad/media/post_attachments/wp-content/uploads/2019/04/nabajyoti.jpg)
ବାଲେଶ୍ୱର ଆସନର କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏକ ବିରାଟ ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ବାଲେଶ୍ୱର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ଉପରେ ବାଲେଶ୍ୱରବାସୀଙ୍କ ଆର୍ଶୀବାଦ ରହିଛି ଓ ସେ ବିଜୟ ଲାଭ କରିବେ ବୋଲି କହିଛନ୍ତି ନବଜ୍ୟୋତି ପଟ୍ଟନାୟକ।
/sambad/media/post_attachments/wp-content/uploads/2019/04/1-3.jpg)
ବସ୍ତାର ବିଜେପି ବିଧାନସଭା ପ୍ରାର୍ଥୀ ରଘୁ ମହାନ୍ତି ଆଜି ସେ ନାମାଙ୍କନ ଭରିଛନ୍ତି । ସମର୍ଥକଙ୍କ ସହ ଶୋଭଯାତ୍ରାରେ ଆସି ରଘୁ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏଥିସହ
Follow Us