ମହିଳାଙ୍କଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ

Advertisment
ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍‌

ଦାନଗଦୀ: ଦାନଗଦୀ ଫାଣ୍ଡିଠାରୁ ମାତ୍ର ‌ଶହେମିଟର ଦୂରରେ ଆଜି ଜଣେ ମହିଳାଙ୍କଠାରୁ ଲୁଟ୍‌ ହୋଇଛି। ଲୁଟେରା କଳା ପଲସରରେ ଆସି ମହିଳାଙ୍କଠାରୁ ୨୬ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଛନ୍ତି। ଏ ସଂପର୍କରେ ଲୁଟ୍‌ର ଶିକାର ହୋଇଥିବା ସୋଲେଇ ଗାଁର ଗୌରାଙ୍ଗ ମହାରଣାଙ୍କ ପତ୍ନୀ ସୁଭଦ୍ରା ମହାରଣା ଦାନଗଦୀ ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ପାଇନାହିଁ। ବ୍ୟାଙ୍କ ଓ ବଜାର ମଧ୍ୟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

ମହିଳାଙ୍କ ସୂଚନା ମୁତାବକ ଆଜି ସକାଳ ୧୦ଟା ୩୦ ରେ ସୋଲେଇ ଗାଁର ସୁଭଦ୍ରା ମହାରଣା ଓ ତାଙ୍କ ପୁଅ ସୁରେଶ ଦାନଗଦୀ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ନିଜ ଆକାଉଣ୍ଟରୁ ୨୬ ହଜାର ଟଙ୍କା ଉଠାଇଥିଲେ। ସୁଭଦ୍ରା ଟଙ୍କା ଓ ମୋବାଇଲ ଫୋନକୁ ପର୍ସରେ ରଖିଥିଲେ। ୧୦ଟା ୫୦ରେ ପୁଅ ସୁରେଶଙ୍କ ସହ ଏକ ବାଇକରେ ସୁଭଦ୍ରା ଘରକୁ ଫେରୁଥିଲେ। ରାସ୍ତାର ସୋଲେଇ ଛକ ନିକଟରେ ହଠାତ ଗୋଟିଏ କଳା ରଂଗର ପଲସରରେ ଦୁଇ ଯୁବକ ଆସି ସୁଭଦ୍ରାଙ୍କ ହାତରୁ ପର୍ସଟିକୁ ଛଡ଼ାଇ ନେଇ ମାନପୁର ଆଡ଼େ ଦ୍ରୁତ ଗତିରେ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe