ପାଟଣା : ଟଙ୍କା ବ୍ୟାଗ ଝାମ୍ପିନେଲେ

Advertisment
ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଜଣେ ବ୍ୟକ୍ତିଙ୍କ ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍‌ଣରେ ବାରିଆ ଥାନା କାଉଁରୀକଳା ଗ୍ରାମର ଲକ୍ଷ୍ମୀଧର ବାରିକ ତୁରୁମୁଙ୍ଗା କୋ-ଅପରେଟିଭ ବ୍ୟାଙ୍କରୁ ୨୦ହଜାର ଟଙ୍କା ଉଠାଇ ନିଜ ପକେଟରେ ରଖିଥିଲେ। ପରେ ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୦ ହଜାର ଟଙ୍କା ଉଠାଇଥିଲେ। ଏହି ଟଙ୍କା ସହ ପାସ୍‌ବୁକ୍‌କୁ ଏକ ବ୍ୟାଗରେ ରଖିଥିଲେ। ବ୍ୟାଙ୍କ ନିକଟ ଜେରକ୍ସ ଦୋକାନରୁ କଲମ କିଣିବାପାଇଁ ଯିବା ସମୟରେ ସେ ସାଇକଲରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଲଗାଇ ଦେଇଥିଲେ। କେହି ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇଯାଇଛି। ଏନେଇ ଲକ୍ଷ୍ମୀଧର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe