Advertisment

ଡିଏମ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା: ମଧ୍ୟପ୍ରଦେଶରୁ ଅଭିଯୁକ୍ତ ଗିରଫ

Advertisment

ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ୍‌

ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ୍‌

ସାଉଣ୍ଡ ମେସିନ ଚୋରି, ୩ ଗିରଫ

Image Courtesy of India Today

ବାଲେଶ୍ୱର/ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ମଧ୍ୟପ୍ରଦେଶ ବାଲାଘାଟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପୋମେଶ ତେମ୍ଭ୍ରେଙ୍କୁ ବାଲାଘାଟ ସିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ସେଠାରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଆଣି ଆଜି ମଧ୍ୟାହ୍ନରେ ବାଲେଶ୍ୱର ଓପିଆଇଡି ଅଦାଲତରେ ହାଜର କରିଛି ଇଓଡବ୍ଲୁ। ଜାମିନ୍ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ପ୍ରକାଶଥାଉକି, ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରିପଦା ଶାଖାରେ ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିର ଆକାଉଣ୍ଟ ରହିଛି। ଏପ୍ରିଲ୍‌ ୧୦ ଓ ୧୮ ତାରିଖରେ ଦୁଇଟି କମ୍ପାନି ନାମରେ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ୪ଟି ଚେକ୍ ଜରିଆରେ ଟ୍ରାନ୍‌ସଫର୍‌ ହୋଇଥିଲା। ଏହାକୁ ନେଇ ସନ୍ଦେହ ହେବାରୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚିଫ୍ ମ୍ୟାନେଜର ସୁଜାତା କାନୁନ୍‌ଗୋ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଇଓଡବ୍ଲୁ ମାମଲା ଖୋଳତାଡ଼ କରିବା ବେଳେ ପିଟି କନ୍‌ଷ୍ଟ୍ରକସନ୍‌ସ ଆଣ୍ଡ ସପ୍ଲାୟାର ଓ ଏସ୍‌କେ ଏଣ୍ଟରପ୍ରାଇଜର୍ସ ନାଁରେ ଥିବା ଦୁଇଟି ସଂସ୍ଥାକୁ ଡିଏମ୍‌ଏଫ୍‌ ଅର୍ଥ ଯାଇଥିବା ଜାଣିବାକୁ ପାଇଥିଲା। ପିଟି କନ୍‌ଷ୍ଟ୍ରକସନ୍ସ ଆଣ୍ଡ ସପ୍ଲାୟାରର ମାଲିକ ପୋମେଶ ତେମ୍ଭ୍ରେଙ୍କ ଆକାଉଣ୍ଟକୁ ୨ କୋଟି ୬୮ ଲକ୍ଷ ଟଙ୍କା ଆସିଥିବା ବେଳେ ରାୟପୁରରେ ଏହି କମ୍ପାନିକୁ ଠାବ କରି ପୋମେଶଙ୍କୁ ଗିରଫ କରିଛି ଇଓଡବ୍ଲୁ। ସେହିପରି, ଅନ୍ୟ ସଂସ୍ଥା ଏସ୍‌କେ ଏଣ୍ଟରପ୍ରାଇଜର୍ସ ବାବଦରେ ଖୋଳତାଡ଼ ଜାରି ରହିଛି।

ଟ୍ରାନ୍ସଫର‌୍ ହୋଇଥିବା ୫ କୋଟି ୪ ଲକ୍ଷ ୬ ହଜାର ୯୦୦ ଟଙ୍କାକୁ ବ୍ଲକ୍‌ କରାଯାଇଥିବା ବେଳେ ଏହି ଦୁଇଟି ସଂସ୍ଥାର ୩୩ଟି ଆକାଉଣ୍ଟରେ ଥିବା ୧୩ ଲକ୍ଷ ୫୬ ହଜାର ୯୪୮ ଟଙ୍କାକୁ ଫ୍ରିଜିଂ କରାଯାଇଛି। ଏହି ଠକ ଗ୍ୟାଙ୍ଗ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସକ୍ରିୟ ଥିବା ସୂଚନା ମିଳିଛି। ଦୀର୍ଘ ୪ ବର୍ଷ ଧରି ଏହି ଗ୍ୟାଙ୍ଗ ଜାଲ୍‌ କମ୍ପାନି ଖୋଲି ଅର୍ଥନୈତିକ ଅପରାଧରେ ସାମିଲ୍‌ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe