କଣ୍ଟାମାଳ: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଯୁବକକୁ ପୁରୀ ଜିଲ୍ଲା ନିମାପଡ଼ା ଥାନାଞ୍ଚଳରୁ ଶନିବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୁଲିସ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ମନମୁଣ୍ଡା ଥାନା ଦହ୍ୟା ଗ୍ରାମର ରାହୁଲ ଦାସ (୨୮ବର୍ଷ) ନାମକ ଜଣେ ଯୁବକଙ୍କଠାରୁ ଚାକିରି ଦେବାକୁ କହି ପୁରୀ ଜିଲ୍ଲା ନିମାପଡ଼ା ଥାନା ଗଡ଼ହାଣ୍ଡିଆ ଗାଁର ସୁମିତ୍ ରାଉତରାୟ(୩୫ବର୍ଷ) ୨ଲକ୍ଷ ୪୪ହଜାର ଟଙ୍କା ଠକି ନେଇଥିବା ନେଇ ରାହୁଲ ମନମୁଣ୍ଡା ଥାନାରେ ଗତ ୧୦.୬.୨୦୨୦ ତାରିଖରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ମନମୁଣ୍ଡା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କଲା ପରେ ଅଭିଯୁକ୍ତ ସୁମିତକୁ ଗିରଫ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ମନମୁଣ୍ଡା ଥାନାଧିକାରୀ ଅଶ୍ବିନୀ ଭତିରିଆ କୌଣସି ସୂତ୍ରରୁ ଖବର ପାଇ ନିମାପଡ଼ା ପୁଲିସ ସହାୟତାରେ ଅଭିଯୁକ୍ତ ସୁମିତକୁ ଗତକାଲି ତାଙ୍କ ଗଡ଼ହାଣ୍ଡିଆ ଗାଁ ଘରୁ ଗିରଫ କରି କଣ୍ଟାମାଳ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସୁମିତକୁ ବୌଦ୍ଧ ଜେଲ୍କୁ ପଠାଇ ଦିଆଯାଇଥିବା ଶ୍ରୀ ଭିତିରିଆ ସୂଚନା ଦେଇଛନ୍ତି।
Follow Us