Telegraph India
ଭୁବନେଶ୍ବର : ରାଜ୍ୟରେ ୨୦୧୮ ମସିହାରେ ବାୟୋ ଟେକ୍ନୋଲୋଜି ନୀତି କାର୍ଯ୍ୟକାରୀ ହେଲା। ଏହା କାର୍ଯ୍ୟକାରୀ ହେବା ପରେ ଏହି କ୍ଷେତ୍ର ପାଇଁ କୌଣସି ପୁଞ୍ଜିନିବେଶ ପ୍ରସ୍ତାବ ଆସି ନାହିଁ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ବିଜ୍ଞାନ ଓ କାରୀଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାୟୋେଟକ୍ନୋଲୋଜି ନୀତି କାର୍ଯ୍ୟକାରୀ ହେବା ପୂର୍ବରୁ ୨୦୦୯ ମସିହାରୁ ଭୁବନେଶ୍ବରର ଅନ୍ଧାରୁଆରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ୬୪.୮୪ ଏକର ଜମିରେ ଭାରତ ବାୟୋଟେକ୍ ଇଣ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍, ହାଇଦ୍ରାବାଦ ପକ୍ଷରୁ ଇଡ୍କୋ ସହାୟତାରେ ବାୟୋ ଟେକ୍ନୋଲୋଜି ପାର୍କ ନିର୍ମାଣ ପ୍ରୟାସ ଜାରି ରହିଛି। ବାୟୋ ଟେକ୍ନୋଲୋଜି ନୀତି ଅନୁଯାୟୀ ସେମାନଙ୍କୁ ସବ୍ସିଡି ମିଳିବ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ସହାୟତାରେ ‘ଦକ୍ଷତା ବିକାଶ କାର୍ଯ୍ୟକ୍ରମ’ ମାଧ୍ୟମରେ ଓଡ଼ିଶାରେ ଅବସ୍ଥିତ ରାଜ୍ୟ ଓ କେନ୍ଦ୍ର ଦ୍ବାରା ପରିଚାଳିତ ୫ଟି ଅନୁଷ୍ଠାନରେ ଜୈବ ପ୍ରଯୁକ୍ତି ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆବଶ୍ୟକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥି ପାଇଁ କେନ୍ଦ୍ର ସରକାର ୨.୭୩ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଥିଲା ବେଳେ ପ୍ରଥମ କିସ୍ତି ବାବଦକୁ ୯୨.୬୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
Follow Us