ନିମାପଡ଼ା: ବିଶ୍ୱାସ ନହେଲେ ବି ସତ। ଘରୁ ଟଙ୍କା ପଇସା ଉଭାନ୍ ହୋଇଯାଉଛି। ବାମନାଳର କେତେକ ଲୋକଙ୍କ ଘରେ ସ୍ୱୟଂ ସହାୟକ ଗୋଷ୍ଠୀର ପର୍ସ ଆଉ ଟ୍ରଙ୍କ୍ ଅଛି। ହେଲେ ଆଖି ପିଛୁଳାକେ ଟଙ୍କା ସେସବୁରୁ ଉଭାନ୍ ହୋଇଯାଉଛି।
ଏମିତି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନ ଅନ୍ତୁଆର ପଞ୍ଚାୟତ ଦେଉଳିଆଠେଙ୍ଗ ଗ୍ରାମରେ।
ଆଜିକୁ ଏକ ସପ୍ତାହ ହେବ ଏହି ଗ୍ରାମରେ ୫ରୁ ଉର୍ଦ୍ଧ୍ବ ପରିବାରଙ୍କ ଘରୁ ଟଙ୍କା ପଇସା ଗାଏବ ହେଇଯାଉଛି । ଯାହାକୁ ନେଇ ଗ୍ରାମବାସୀ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। ଟଙ୍କା କିଏ ନେଉଛି ଏବଂ କାହିଁକି ନେଉଛି ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
ପ୍ରଥମରୁ ୧୦୦ ଆଉ ୨୦୦ ଟଙ୍କା ଯାଉଥିବା ବେଳେ ଏବେ ହଜାର ହଜାର ଟଙ୍କା କୁଆଡ଼େ ଗାଏବ ହେଇଯାଉଛି। ଅଦୃଶ୍ୟ ଶକ୍ତି ଟଙ୍କା ନେଉଛି ନାଁ ଗ୍ରାମର କେହି ବ୍ୟକ୍ତି ଏମିତି କରୁଛନ୍ତି ତାହା ଏବେ ସନ୍ଦେହ ଘେରରେ ରହିଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନ ପ୍ରତି ଆମେରିକାର ସରକାରଙ୍କ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା
ଗ୍ରାମର ୫ ପରିବାରଙ୍କ ଘରୁ ଏକ ସପ୍ତାହ ମଧ୍ୟରେ ପାଖାପାଖି ୨୫ରୁ ୩୦ହଜାର ନଗଦ ଟଙ୍କା ଗାଏବ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁଣି ଗାରେଡ଼ି କିମ୍ବା କଳାଯାଦୁ ଏଥିପାଇଁ ଦାୟୀ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା ପରେ ଗ୍ରାମବାସୀ ଏବେ ଚିନ୍ତାରେ ଅଛନ୍ତି। ଅଭିଯୋଗ କେଉଁଠି କରିବେ ଆଉ ଏହାକୁ ଶୁଣିବ କିଏ ବୋଲି ଗ୍ରାମର ନୀଳମଣି ମଲ୍ଲିକ, ଦୀପକ କୁମାର ମଲ୍ଲିକ,ପ୍ରଭାସିନୀ ମଲ୍ଲିକ,ସ୍ମିତାରାଣୀ ମଲ୍ଲିକ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷା: ହତାଶ ଓଡ଼ିଶା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିବାଦ