ଗୋଟିଏ ଗୋଡ଼ରେ ସଂଘର୍ଷ କରୁଛି ଶିଶୁ, କୃତ୍ରିମ ଗୋଡ଼ ପାଇଁ ଅର୍ଥ ବାଧକ

ଗୋଟିଏ ଗୋଡ଼ରେ ସଂଘର୍ଷ କରୁଛି ଶିଶୁ, କୃତ୍ରିମ ଗୋଡ଼ ପାଇଁ ଅର୍ଥ ବାଧକ

ଚଣ୍ଡିଖୋଲ: ଜନ୍ମରୁ ପୁଅର ଗୋଟିଏ ଗୋଡ଼ ନାହିଁ। ଏପଟେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଦିନେ ଖାଇଲେ ଆର ଓଳି ଉପାସ ରହିବାକୁ ପଡୁଛି। ବଡ଼ଚଣା ବ୍ଲକ କାଇମାଟିଆ ପଞ୍ଚାୟତ ଶବରସାହିର ଉମେଶ ଦେହୁରୀଙ୍କ ପରିବାର ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି। ଘରେ ମାଆ, ପତ୍ନୀ ସହିତ ଦୁଇ ଝିଅ ଓ ଗୋଟିଏ  ୫ ବର୍ଷର ପୁଅ ଅଛି। ପୁଅର ନାମ ସତ୍ୟାନନ୍ଦ। ଜନ୍ମ ସମୟରୁ ତା’ର ବାମ ଗୋଡ଼ ନାହିଁ। ଏପଟେ ବାପା ଉମେଶଙ୍କ ଆର୍ଥିକ ଅବସ୍ଥା ଆଦୌ ଭଲ ନାହିଁ। ମୂଲ ଲାଗି ସେ ପରିବାର ଚଳାଇ ଥାଆନ୍ତି। ଜମିବାଡ଼ି ଗୁଣ୍ଠେ ନାହିଁ।

ଏକ ଭଙ୍ଗା ଦଦରା ଘରେ ୬ ପ୍ରାଣୀ କୁଟୁମ୍ବ ରହି ଆସୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ରାସନ କାର୍ଡ ହିଁ ଉମେଶଙ୍କ ପରିବାର ପାଇଁ ଭରସା। ଏଭଳି ସମୟରେ ଉମେଶଙ୍କ ଘରେ ପୁଅଟିଏ ଜନ୍ମ ହେଲା। ହେଲେ ପୁଅର ବାମ ଗୋଡ଼ ନଥିବା ଦେଖି ସବୁ ଖୁସି ମିଳାଇଗଲା। ଛାତିରେ ପଥର​ ରଖି ପରିବାର ଲୋକ ପୁଅର ଲାଳନପାଳନ କରିଆସୁଛନ୍ତି। ସେ ଗୋଟିଏ ଗୋଡ଼ରେ ଠିଆହେଉଛି। କୃତ୍ରିମ ଗୋଡ଼ଟିଏ ଲାଗିପାରିଲେ ତା’ର ଚଳପ୍ରଚଳ ସୁଗମ ହୋଇପାରନ୍ତା। ପାଖରେ ପଇସାଟିଏ ନଥିବାରୁ ପରିବାର ଲୋକେ ତାହା ଚିନ୍ତା ବି କରିପାରୁ ନାହାନ୍ତି। କୌଣସି ସହୃଦୟ ବ୍ୟକ୍ତି ତଥା ସ୍ବେଚ୍ଛାସେବୀ ଏ ଦିଗରେ ହାତ ବଢ଼ାଇଲେ ଏହା ହୋଇପାରନ୍ତା ବୋଲି ଉମେଶ କହିଛନ୍ତି। ଏ ଦିଗରେ ସରକାରୀ ସହାୟତା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe