ଟଙ୍କା ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ!

Advertisment
ଟଙ୍କା ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ!

ପିପିଲି : ପିପିଲି ବାଜପୋଇ ଛକରେ ଏକ କାର୍‌ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଡେଲାଙ୍ଗ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଉକ୍ତ କାର୍‌ଟି ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଉକ୍ତ କାର ମଧ୍ୟରେ ଦୁଇ ବ୍ୟାଗ୍‌ ଟଙ୍କା ଥିବା ଓ ତତ୍‌କ୍ଷଣାତ ଦୁର୍ଘଟଣା ସ୍ଥଳରେ ଏକ ଦଳର ୨୦ରୁ ଅଧିକ ଦଳୀୟ ନେତା ପହଞ୍ଚି ଅନ୍ୟ ଏକ କାରରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଟଙ୍କା ବ୍ୟାଗ୍‌ ନେଇ ଡେଲାଙ୍ଗ ଅଭିମୁଖେ ଦ୍ରୁତ ଗତିରେ ପଳାଇଥିଲେ। ଖବର ପାଇ ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌ଟିକୁ ଜବତ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ କାର୍‌ଟି ଜଣେ ରାଜନେତାଙ୍କର ବୋଲି କୁହାଯାଉଛି। ଜଣେ ବିଧାୟକଙ୍କ କାର୍‌କୁ ଉକ୍ତ ଟଙ୍କା ଭର୍ତ୍ତି ବ୍ୟାଗ‌୍‌କୁ ସେଠାରେ ସ୍ଥାନାନ୍ତର କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ଗୁରୁତର ଆହତ ଦାଣ୍ତମୁକୁନ୍ଦପୁର ଅଂଚଳର ଅଜୟ ପ୍ରଧାନ(୩୫)ଙ୍କ ପକ୍ଷରୁ ପିପିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଜୟଙ୍କ ମୁଣ୍ତରେ ଗୁରୁତର ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe