ବାଲୁଗାଁ ଏନ୍‌ଏସିରେ ଭତ୍ତା ଟଙ୍କା ହେର୍‌ଫେର୍‌! ଅଫିସରଙ୍କ ପକେଟ୍‌କୁ ଯାଇଛି ୬୬ହଜାର 

ଅଡିଟ୍ ଖୋଳତାଡ଼ରୁ ପଦାକୁ ଆସିଲା ଦୁନୀତି, ପୂର୍ବତନ କମ୍ୟୁନିଟି ଅଫିସରଙ୍କୁ ନୋଟିସ୍‌

ବାଲୁଗାଁ ଏନ୍‌ଏସିରେ ଭତ୍ତା ଟଙ୍କା ହେର୍‌ଫେର୍‌! ଅଫିସରଙ୍କ ପକେଟ୍‌କୁ ଯାଇଛି ୬୬ହଜାର 

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭତ୍ତା ଦୁର୍ନୀତି। ହଜାରେ କି’ ଦୁଇ ହଜାର ନୁହେଁ, ସରକାରଙ୍କର ମୋଟ୍ ୬୬ହଜାର ୮ଶହ ଭତ୍ତା ଟଙ୍କା ହେର୍‌ଫେର୍‌ କରାଯାଇଛି। ଭତ୍ତା ବାଣ୍ଟିବେ ବୋଲି ଏନ୍‌ଏସି ଏକାଉଣ୍ଟ୍‌ରୁ ଟଙ୍କା ଉଠାଇ ନିଆଯାଇଛି, କିନ୍ତୁ ଲୋକଙ୍କୁ ବଣ୍ଟା ହୋଇନି କି’ ତାକୁ ଫେରସ୍ତ କରାଯାଇନାହିଁ। ବାଲୁଗାଁ ଏନ୍‌ଏସିର ଭତ୍ତା ଏକାଉଣ୍ଟ୍ ଅଡିଟ୍ ବେଳେ ଏ ହେର୍‌ଫେର୍‌ କଥା ପଦାକୁ ଆସିଛି। ତୁରନ୍ତ ଏ ଟଙ୍କା ଫେରସ୍ତ କରିବା ପାଇଁ ବିଭାଗର ତତ୍କାଳୀଳ ଅଧିକାରୀଙ୍କୁ ନୋଟିସ୍‌ କରାଯାଇଛି।

ତଥ୍ୟ ମୁତାବକ, ଏ ହେର୍‌ଫେର୍‌ ହେଉଛି ୨୦୨୧ ମସିହା ଏପ୍ରିଲ୍ ମାସରୁ ୨୦୨୨ମସିହା ମାର୍ଚ୍ଚ ମାସର। ସେ ସମୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କମ୍ୟୁନିଟି ଅଫିସର ଦାୟିତ୍ବରେ ଥିଲେ ସୁନିତାରାଣୀ ସାହୁ। ପ୍ରତ୍ୟେକ ମାସରେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫୦୦ଟଙ୍କା ଭତ୍ତା ବଣ୍ଟାଯାଉଥିଲା। ନିୟମ ଅନୁସାରେ, ବିଜ୍ଞାପିତ ଅଞ୍ଚଳ ପରିଷଦର କମ୍ୟୁନିଟି ଅଫିସର ଆଗୁଆ ଏକାଉଣ୍ଟ୍‌ରୁ ଟଙ୍କା ଉଠାଣ କରୁଥିଲେ। ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ପରେ ତା’ର ହିସାବ ଏନ୍‌ଏସିକୁ ଦେଉଥିଲେ। ଭତ୍ତା ବାଣ୍ଟିବା ପରେ ଯେଉଁ ଟଙ୍କା ବଳି ପଡ଼ୁଥିଲା ତା’ର ହିସାବ ଦେଇ ତୁରନ୍ତ ଏକାଉଣ୍ଟ୍‌କୁ ଫେରସ୍ତ କରିବା କଥା। ବଳକା ଟଙ୍କା ଫେରସ୍ତ ବେଳକୁ ଗଡ଼ବଡ଼ କରାଯାଇଛି। କେଉଁ ମାସରେ ବଳକା ଟଙ୍କା ଫେରସ୍ତ କରାଯାଇଛି ତ, ଆଉ କେଉଁ ମାସରେ ଏକାଉଣ୍ଟ୍‌କୁ ଟଙ୍କା ଫେରିନାହିଁ।

୨୦୨୧ ମସିହା ଏପ୍ରିଲ୍‌ରୁ ୨୦୨୨ ମାର୍ଚ୍ଚ ମାସ ଭିତରେ ହିସାବ କଲେ ମୋଟ୍ ୬୬ହଜାର ୮୦୦ଟଙ୍କାର ହିସାବରେ ଗଡ଼ବଡ଼ି କରାଯାଇଥିବା ଅଡିଟ୍ ହିସାବରୁ ଧରାପଡ଼ିଛି। ମୁଣ୍ଡ ପିଛା ୫୦୦ଟଙ୍କା ହିସାବ କଲେ, ମୋଟ୍ ୧୩୩ଜଣ ହିତାଧିକାରୀଙ୍କ ବାବଦକୁ ଉଠାଯାଇଥିବା ୬୬ହଜାର ୮୦୦ଟଙ୍କା ପକେଟ୍‌କୁ ଯାଇଛି। ଯାହାକୁ ନେଇ ଅଡିଟ୍ ପ୍ରଶ୍ନ କରିବା ସହିତ ସମ୍ପୃକ୍ତ କମ୍ୟୁନିଟି ଅଫିସରଙ୍କଠାରୁ ଆଦାୟ କରିବାକୁ ସ୍ପଷ୍ଟ କରାଯାଇଛି। ଇତିମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ କମ୍ୟୁନିଟି ଅଫିସରଙ୍କର ବଦଳି ବିଏମ୍‌ସିକୁ ହୋଇ ସାରିଲାଣି। ତାଙ୍କଠାରୁ ଏ ଭତ୍ତା ଟଙ୍କା ଆଦାୟ କରିବାକୁ ବାଲୁଗାଁ ଏନ୍‌ଏସି ସରକାରଙ୍କୁ ଚିଠି ମଧ୍ୟ କରିଛି। କିନ୍ତୁ, ଚିଠି ସରକାରୀ ଫାଇଲ୍ ତଳେ ଚପିଯାଇଥିବା ବେଳେ ଏଯାବତ୍‌ ସରକାରୀ ତହବିଲ୍‌ରୁ ଯାଇଥିବା ଟଙ୍କା ଫେରସ୍ତ ହୋଇପାରିନଥିବା ଜଣାପଡ଼ିଛି। ଏ ପ୍ରସଙ୍ଗରେ ବାଲୁଗାଁ ଏନ୍‌ଏସିର ନିର୍ବାହୀ ଅଧିକାରୀ ପ୍ରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe