ହାଟଡିହି ତହସିଲରେ ଅର୍ଥ ତୋଷରପାତ ମାମଲା: ରାଜସ୍ବ ମନ୍ତ୍ରୀଙ୍କ ମତ ଲୋଡ଼ିଲେ ଲୋକାୟୁକ୍ତ

Advertisment

ବ୍ୟକ୍ତିଗତ ହାଜର ହେବେ ପୂର୍ବତନ ତହସିଲଦାର

ବ୍ୟକ୍ତିଗତ ହାଜର ହେବେ ପୂର୍ବତନ ତହସିଲଦାର

ଆର୍‌ଡବ୍ଲୁଏସ୍‌ଏସ୍‌ ଟେଣ୍ଡର ଫିକ୍ସିଂ ମାମଲା: ଆଜି ୩ଜଣ ଲୋକାୟୁକ୍ତରେ ହାଜର ହେବେ

Telegraph India

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ମ‌ନରେଗା ଦୁର୍ନୀତି ନେଇ ଲୋକାୟୁକ୍ତରେ ମାମଲା ଚାଲିଛି। ଅନ୍ୟପକ୍ଷରେ ହାଟଡିହି ତହସିଲରେ ହୋଇଥିବା ଅର୍ଥ ତୋଷରପାତ ମାମଲାର ‌ପ୍ରମାଣ ମିଳିବା ପରେ ରାଜସ୍ବ ମନ୍ତ୍ରୀଙ୍କ ମତ ଲୋଡ଼ିଛନ୍ତି ଲୋକାୟୁକ୍ତ। ଏଥିସହ ପରବର୍ତ୍ତୀ ଶୁଣାଣିରେ ଏହି ମାମଲାରେ ଜଡ଼ିତ ଥିବା ପୂର୍ବତନ ତହସିଲଦାର, କିରାଣି ଏବଂ ଚେନ୍‌ମ୍ୟାନ୍‌ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଦୋଳପଦି ଗ୍ରାମର ଜିତେନ୍ଦ୍ର ରାଉତରାୟ ୨୦୧୯ ମସିହା ଜୁଲାଇ ୧୧ ତାରିଖରେ ଟ୍ର‌ାକ୍ଟରରେ କିଛି ମାଟିମିଶା ମୋରମ ନେଇ ଯାଉଥିଲେ। ହାଟଡିହି ତହସିଲ ଛକ ନିକଟରେ ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନଙ୍କ ସମେତ ଦୁଇଜଣ ତହସିଲ କର୍ମଚାରୀ ଟ୍ରାକ୍ଟର (ଓଡି-୨୨-ବି-୩୧୨୪) ଅଟକାଇ କାଗଜପତ୍ର ମାଗିଥିଲେ। ଗାଡ଼ିର କାଗଜପତ୍ର ଦେଖାଇବା ପରେ ମୋରମ କେଉଁଠୁ ଆଣିଲ ବୋଲି ପ୍ରଶ୍ନ କରିଥିଲେ। ସମସ୍ତ ତଥ୍ୟ ଦେବା ସତ୍ତ୍ୱେ ମୋରମ ଚୋରା ଚାଲାଣ ଅଭିଯୋଗରେ ତହସିଲଦାର ୪୦ ହଜାର ଟଙ୍କା ଜରିମାନା ଆଦାୟ କରିବାପରେ ଟ୍ରାକ୍ଟର ଛଡ଼ା ଯାଇଥିଲା। ଜିତେନ୍ଦ୍ରଙ୍କୁ ଜରିମାନା ରାଶି ବାବଦକୁ ରସିଦ ନମ୍ବର ୦୧୪୩୩୬୪ ଦିଆଯାଇଥିଲା।

ମାତ୍ର, ପରବର୍ତ୍ତୀ ସମୟରେ ତହସିଲଦାର ଏବଂ ଅନ୍ୟ କର୍ମଚାରୀମାନେ ଚଞ୍ଚକତା କରି ୪୦ ହଜାର ଟଙ୍କା ବଦ‌ଳରେ ସରକାରୀ ତହବିଲ‌ରେ ମାତ୍ର ୪ ହଜାର ଟଙ୍କା ଜମା କରିଥିଲେ। ତହବିଲରେ ଯଦିଓ ୪ ହଜାର ଟଙ୍କା ଜମା ହୋଇଥିଲା ମାତ୍ର ସରକାରୀ କାଗଜପତ୍ରରେ ସମାନ ରସିଦ ନମ୍ବର ଏବଂ ଷ୍ଟାମ୍ପ ଆଦି ରହିଥିଲା। ଏନେଇ ମାନବାଧିକାର କର୍ମୀ ହିଂମାଶୁ ନାୟକ ସୂଚନା ପାଇବା ପରେ ଲୋକାୟୁକ୍ତରେ କେସ୍‌ ନମ୍ବର (୧୨୨/୨୦୨୧) ୨୦୨୧ ଜାନୁଆରି ୨୮ ତାରରିଖରେ ଏକ ମାମଲା ଦାଏର କରିଥିଲେ।

ଏହି ମାମଲାର ଆଜି ଶୁଣାଣି ହୋଇଥିଲା। ଲୋକାୟୁକ୍ତ ତଦନ୍ତ ରିପୋର୍ଟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ପଠାଇ ମନ୍ତ୍ରୀଙ୍କ ମତ ଲୋଡ଼ିଛନ୍ତି ବୋଲି ମାମଲା ଦାଏର କରିଥିବା ହିମାଂଶୁ ନାୟକ ସୂଚନା ଦେଇଛନ୍ତି। ଏଥିସହ ମାମଲାରେ ସଂପୃକ୍ତ ଥିବା ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନ, ଚେନ୍‌ମ୍ୟାନ୍‌ ଅଭିମନ୍ୟୁ ଭୂୟାଁ, କିରାଣି ଶ୍ରୀକାନ୍ତ ଜେନାଙ୍କୁ ଆସନ୍ତା ଶୁଣାଣିରେ ବ୍ୟକ୍ତିଗତ ହାଜର ‌ହୋଇ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe