ଟଙ୍କା ନେଣଦେଣ ବିବାଦ: ପୂର୍ବତନ ପଞ୍ଚାୟତ ସମିତି ଅଧୢକ୍ଷ-ପ୍ରାଧୢାପକ ହାତାହାତି

Advertisment

ପୁଣି ବିବାଦରେ ଫସିଛନ୍ତି ଡେରାବିଶ ପଞ୍ଚାୟତ ସମିତିର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ। ଆଜି ସର୍ବସମ୍ମୁଖରେ ଶ୍ରୀ ସାହୁ ଓ ପ୍ରାଧୢାପକ ତଥା ସମାଜସେବୀ ଅଜୟ ରାଉତ ହାତାହାତି ହୋଇଛନ୍ତି।

ପୁଣି ବିବାଦରେ ଫସିଛନ୍ତି ଡେରାବିଶ ପଞ୍ଚାୟତ ସମିତିର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ। ଆଜି ସର୍ବସମ୍ମୁଖରେ ଶ୍ରୀ ସାହୁ ଓ ପ୍ରାଧୢାପକ ତଥା ସମାଜସେବୀ ଅଜୟ ରାଉତ ହାତାହାତି ହୋଇଛନ୍ତି।

adaaddaw

କେନ୍ଦ୍ରାପଡ଼ା: ପୁଣି ବିବାଦରେ ଫସିଛନ୍ତି ଡେରାବିଶ ପଞ୍ଚାୟତ ସମିତିର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ। ଆଜି ସର୍ବସମ୍ମୁଖରେ ଶ୍ରୀ ସାହୁ ଓ ପ୍ରାଧୢାପକ ତଥା ସମାଜସେବୀ ଅଜୟ ରାଉତ ହାତାହାତି ହୋଇଛନ୍ତି। ଡେରାବିଶ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଦେଖିବାକୁ ମିଳିଥିବା ବେଳେ ସାମାଜିକ ଗଣମାଧୢମରେ ଉଭୟ ମୁହାଁମୁହିଁ ହୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଟଙ୍କା କାରବାରକୁ ନେଇ ଏହି ଗଣ୍ତଗୋଳ ଘଟିଥିବା ବେଳେ ମାମଲା ଥାନାରେ ପହଞ୍ଚିଛି। ଉଭୟପକ୍ଷ ଏ ନେଇ ସଦର ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ସରୋଜ ଏହା ପୂର୍ବରୁ ୨୦୨୨ରେ ଗୁଲନଗର ଦଣ୍ତାମୁଣ୍ତଛକସ୍ଥିତ ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିବାଦୀୟ ହୋଇପଡ଼ିଥିଲେ। ସରୋଜ ସ୍ବର୍ଗତ ପ୍ରଧାନଙ୍କ ଘରେ ଭଡ଼ାରେ ରହୁଥିଲେ। କିନ୍ତୁ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିବା ପରେ ପରିବାର ଲୋକ ସରୋଜଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କ ଘର ଭଡ଼ା ବାବଦକୁ ଲକ୍ଷେରୁ ଅଧିକ ଟଙ୍କା ଦେଇନଥିବା ନେଇ ସ୍ବର୍ଗତ ପ୍ରଧାନଙ୍କ ପୁଅ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ସ˚ପ୍ରତି ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଚଳାଇଥିବା ବେଳେ ଆଜି ଟଙ୍କା କାରବାରକୁ ନେଇ ଶ୍ରୀ ରାଉତଙ୍କ ସହିତ ହାତାହାତି ହେବା ଘଟଣା ଶ୍ରୀ ସାହୁଙ୍କୁ ଆଉ ଏକ ବିବାଦରେ ଛନ୍ଦି ଦେଇଛି। 

ଶ୍ରୀ ସାହୁ କହିଛନ୍ତି ଯେ ପଞ୍ଚାୟତ ସମିତି ବୈଠକ ଆଜି ଥିଲା। ସେ ବୈଠକ ସାରି ଫେରୁଥିବା ବେଳେ ଶ୍ରୀ ରାଉତ ଅଚାନକ ତାଙ୍କୁ ମୁଥ ମାରିବା ସହିତ ଗଣ୍ତଗୋଳ କରିଛନ୍ତି। ଟଙ୍କା ଦେଇଥିବା କଥା ଯାହା ସେ କହୁଛନ୍ତି, ସ˚ପୂର୍ଣ୍ଣ ମିଛ। ତାଙ୍କ ସହିତ କ’ଣ ମୁଁ ବେପାର କରୁଥିଲି ଯେ ଟଙ୍କା ଆଣିବି। ଗୋଟିଏ ଟଙ୍କା ବି ତାଙ୍କଠୁ ଆଣିନି। ଅନ୍ୟପକ୍ଷରେ ଶ୍ରୀ ରାଉତଙ୍କ କହିବା କଥା ହେଉଛି, ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ସରୋଜ ତାଙ୍କଠାରୁ ୧୨ଲକ୍ଷ ଟଙ୍କା ନେଇଥିଲେ। ଦୁଇ ମାସ ଭିତରେ ଫେରାଇ ଦେବେ ବୋଲି କହିଥିଲେ। କିନ୍ତୁ ତିନି ବର୍ଷ ପୂରିବାକୁ ବସିଥିଲେ ବି ଦେଉନାହାନ୍ତି। ଆଜି ବ୍ଲକ୍‌କୁ ଏକ ରାସ୍ତା ସମସ୍ୟା ସ˚ପର୍କରେ ବିଡିଓଙ୍କୁ ଜଣାଇବାକୁ ଯାଇଥିଲା ବେଳେ ସେଠାରେ ସରୋଜ ଦେଖା ହୋଇଥିଲେ। ତାଙ୍କୁ କେବଳ ମୋତେ ଦେଖା କରିବାକୁ କହିଥିଲି। ଏତିକି କଥାରେ ଉତ୍‌କ୍ଷିପ୍ତ ହେଇ ସେ ତାଙ୍କୁ ଧକ୍କା ଓ ଠେଲାପେଲା କରିବା ସହିତ ଗାଳିଗୁଲଜ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe