ଯୁବକଙ୍କୁ ହାଣି ଲକ୍ଷାଧିକ ଟଙ୍କା ଲୁଟ୍‌

Advertisment
ଅର୍ଥ ଲଗାଣକାରୀ ସ୍ପନ୍ଦନା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ ୬୩ ହଜାର ଟଙ୍କା ଡକାୟତି

royalbulletin.com

ବେଗୁନିଆ : ବୋଲଗଡ଼ ବ୍ଲକ୍ ପାଟପୁର ଶାସନରେ ଜଣେ ବାଇକ୍‌ ଆରୋହୀଙ୍କଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଜଣକ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏକ ଫାଇନାନ୍ସ କମ୍ପାନିର ରାଜସୁନାଖଳା ଶାଖା କର୍ମଚାରୀ ଦିବ୍ୟପ୍ରସାଦ ସାହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକରୁ ୧ ଲକ୍ଷ ୧୯ ହଜାର ଟଙ୍କା ସଂଗ୍ରହ କରି ନିଜ ବାଇକ୍‌ରେ ଫେରୁଥିଲେ। ଖାରଡ଼ପଲ୍ଲୀ-ଠଣାପଲ୍ଲୀ ରାସ୍ତାରେ ସେ ଯାଉଥିବାବେଳେ ଏକ ନିଛାଟିଆ ସ୍ଥାନରେ ହଠାତ ଦୁଇଟି ଆପାଚି ଓ ଗୋଟିଏ ପଲ୍‌ସର୍‌ ବାଇକ୍‌ ଆସି ତାଙ୍କ ଆଗରେ ଅଟକିଥିଲା। ଦିବ୍ୟପ୍ରସାଦ କିଛି ବୁଝିବା ପୂର୍ବରୁ ତିନି ଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ। ଏହା ପରେ ଆଖି ପିଛୁଳାକେ ସେମାନେ ଟଙ୍କା ଭର୍ଭି ବ୍ୟାଗ୍‌ ଓ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଥିଲେ। ଏହା ସହିତ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦିବ୍ୟପ୍ରସାଦଙ୍କ ମୁଣ୍ତ, ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ କଳାପଥର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି। ଏ ନେଇ ବାଙ୍କୋଇ ଫାଣ୍ତିରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବେଗୁନିଆ ଅଞ୍ଚଳରେ ଗତ କିଛି ଦିନ ହେବ ଏଭଳି ଲୁଟେରାଙ୍କ ଉତ୍ପାତ ଦେଖାଯାଇଛି। ଗତ ୧୨ ତାରିଖ ଦିନ ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ-ଗୋବିନ୍ଦପୁର ମଧ୍ୟରେ ଏକ ଫାଇନାନ୍ସ କଂପାନିର ଟଙ୍କା ନେଇ ଯାଉଥିବା ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରି ୯୪ ହଜାର ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe