ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣା: ୨ ଗିରଫ, ଦେଢ଼ ଲକ୍ଷ ଟଙ୍କା ଜବତ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ସୋନପୁର: ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପାକଲାପାଲି ଗାଁର ଆକାଶ ଦାଶ (୩୨ବର୍ଷ) ଓ ରଞ୍ଜିତ ରାଓ (୩୮ବର୍ଷ)ଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ବ୍ୟବହାର କରିଥିବା ବାଇକ୍‌ ଜବତ କରିଛି। ଏ ସମ୍ପର୍କରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅମରେଶ ପଣ୍ଡା ଦେଇଥିବା ସୂଚନା ଅନୁସାରେ, ଲଛିପୁର ଥାନା ଖଲିଆପାଲି ଗାଁର ‌ରୋହନ ସାହୁ ଗତ ୬ ତାରିଖ ଦିନ ସୋନପୁର ବ୍ୟାଙ୍କ ଅଫ୍ ବରୋଦାରୁ ୨ ଲକ୍ଷ ଟଙ୍କା କାଢ଼ିଥିଲେ। ଏହି ଟଙ୍କାକୁ ତାଙ୍କ ବାଇକ୍ ଡିକିରେ ରଖି ସେ ନିଜ ଗାଁକୁ ଯାଉଥିଲେ। ବାଟରେ ସୋନପୁର ହୋଟେଲ ଗ୍ରିନ ପାର୍କ ନିକଟ ପାନ ଦୋକାନ ସମ୍ମୁଖରେ ବାଇକ୍‌ ରଖି ପାଣି ବୋତଲ କିଣିଥିଲେ।

ଏହି ସମୟ ମଧ୍ୟରେ ଲୁଟେରାମାନେ ରୋହନଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ସୋନପୁର ଥାନା କେସ୍‌ ନଂ ୫୪/୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରୁଥିଲା। ଭିଯୁକ୍ତମାନଙ୍କ ଟିଆଇ ପରେଡ କରାଯିବ। ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ଆଇଆଇସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe