ଅସ୍ତ୍ରୋପଚାରରେ ଅର୍ଥ ବାଧକ

Advertisment
ଅସ୍ତ୍ରୋପଚାରରେ ଅର୍ଥ ବାଧକ

ଭୁବନେଶ୍ବର : କଟକ ଜିଲ୍ଲା ସାହାସପୁର କଲେଜର +୩ରେ ଅଧୢୟନ କରୁଥିବା ବିଭୂତି ଦାସ ଜଣେ ମେଧାବୀ ଛାତ୍ର। ତାଙ୍କ ଘର ବାଲିଚନ୍ଦ୍ରପୁର ମାଣିତ୍ରିରେ। ଜନ୍ମରୁ ତାଙ୍କର ଗୁପ୍ତାଙ୍ଗ ନଥିଲା। ତାଙ୍କ ବାପା ଅଜୟ କୁମାର ଦାସ ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ନୁହନ୍ତି। ତାଙ୍କର ଏହି ଶାରୀରିକ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରାଯାଇଥିଲା। ଏଥିପାଇଁ ଆବଶ୍ୟକ ଅସ୍ତ୍ରୋପଚାର ଓଡ଼ିଶାରେ ସମ୍ଭବ ନଥିବାରୁ ରାଜ୍ୟ ବାହାରକୁ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଶେଷରେ ଗତ ସପ୍ତାହରେ ତାମିଲନାଡ଼ୁର କୋଏମ୍ବାଟୁରସ୍ଥିତ ବେଦାନାୟମ୍‌ ହସ୍ପିଟାଲରେ ବିଭୂତିଙ୍କୁ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଅସ୍ତ୍ରୋପଚାର ସଫଳ ହେବ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଏହି ଅସ୍ତ୍ରୋପଚାର ବ୍ୟୟବହୁଳ। ଏତେଗୁଡ଼ାଏ ଟଙ୍କା ବିଭୂତିଙ୍କ ବାପା କିମ୍ବା ସେବାଶ୍ରମ ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମଧୢ କିଛି ଆର୍ଥିକ ସହାୟତା ମିଳିଛି। ଯଦି କୌଣସି ବଦାନ୍ୟ ବ୍ୟକ୍ତି ମେଧାବୀ ଛାତ୍ର ବିଭୂତିଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହାନ୍ତି, ତେବେ ଆକାଉଣ୍ଟ ନମ୍ବର-୦୭୮୦୦୧୧୦୦୪୭୬୩୭ (ୟୁକୋ ବ୍ୟାଙ୍କ) କିମ୍ବା ମୋବାଇଲ୍‌ ନମ୍ବର ୮୭୬୩୨୪୩୬୪୭ ସହ ଯୋଗାଯୋଗ କରିବାକୁ ତାଙ୍କ ବାପା ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe