ବ୍ୟାଙ୍କମିତ୍ରଙ୍କ ଦ୍ବାରା ଅର୍ଥ ହଡ଼ପ ଘଟଣା: ଥାନାରେ ମାମଲା

ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଲେ ଯୁବକ

google.com

କବାଟବନ୍ଧ : ଲୋକଙ୍କୁ ବ୍ୟାଙ୍କ୍‌ ସେବା କ୍ଷେତ୍ରରେ ସହଯୋଗ କରିବା ପାଇଁ ନିଯୁକ୍ତ ଥିବା ବ୍ୟାଙ୍କମିତ୍ର ୭୦ଟି ସ୍ବୟଂ ସହାୟକ ଗୋଷ୍ଠୀର କୋଟିଏରୁ ଅଧିକ ଟଙ୍କା ହଡ଼ପ କରି ଫେରାର ହୋଇଯିବା ଘଟଣାରେ ଶନିବାର ଦିନ ଯାଜପୁର ଜିଲ୍ଲା ଜେନାପୁର ଥାନାରେ ମାମଲା ରୁଜୁ ହୋଇଛି। ଏହି ବଡ଼ଧରଣର ଠକେଇ ନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର କବାଟବନ୍ଧ ଶାଖାରେ ୫ଟି ଏସ୍‌ଏଚ୍‌ଜି ବର୍ତ୍ତମାନ ସୁଦ୍ଧା ଅଭିଯୋଗ କରିଥିବା ବେଳେ ୨୦ଟି ଏସ୍‌ଏଚ୍‌ଜି ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଜେନାପୁର ପୁଲିସ ମାମଲା ନମ୍ବର ୨୫୩/୨୨ରେ ଅଭିଯୁକ୍ତ ବ୍ୟାଙ୍କମିତ୍ର ଇନ୍ଦୁମତି ପୃଷ୍ଟିଙ୍କ ବିରୋଧରେ ଦଫା ୪୨୦ ଲଗାଇ ତଦନ୍ତ ଚଳାଇଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଏହି ଠକେଇ ଘଟଣାକୁ ନେଇ ଆଜି ଧର୍ମଶାଳା ବ୍ଲକ୍‌ ଏଣ୍ଡଳବା ପଞ୍ଚାୟତ ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ଶହଶହ ମହିଳା ମେଳି ବାନ୍ଧିଥିଲେ। ଏହି ମହିଳାମାନେ ବ୍ୟାଙ୍କ ଏବଂ ସଂପୃକ୍ତ ବ୍ୟାଙ୍କମିତ୍ରଙ୍କ ବିରୋଧରେ ନାରାବାଜି କରିଥିଲେ।

publive-image

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କବାଟବନ୍ଧ ଶାଖାରେ ଏଣ୍ତଳବା ପଞ୍ଚାୟତ ପାଇଁ ନିଯୁକ୍ତ ବ୍ୟାଙ୍କମିତ୍ର ଇନ୍ଦୁମତୀ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ଋଣ ଅର୍ଥ ଆଦାୟ କରି ବ୍ୟାଙ୍କରେ ଜମା କରିବା ଦାୟିତ୍ବରେ ଥିଲେ। ତେବେ ସେ ଏସ୍‌ଏଚ୍‌ଜିରୁ ଆଦାୟ ହେଉଥିବା‌ ଅର୍ଥକୁ ବ୍ୟାଙ୍କରେ ଜମା ନକରି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୭୦ଟି ଏସ୍‌ଏଚ୍‌ଜିର କୋଟିଏ ଟଙ୍କା ହଡ଼ପ ହୋଇଥିବା କୁହାଯାଉଛି। ଟଙ୍କା ହଡ଼ପ ସଂପର୍କରେ ବ୍ୟାଙ୍କରେ ଅଭିଯୋଗ ହେବା ପରେ ଶାଖା ପରିଚାଳକ ଶୁଭ୍ରାରାଣୀ ସାହୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହାକୁ ନେଇ ଓଜିବିର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ଏବଂ ମୁଖ୍ୟାଳୟ ପକ୍ଷରୁ ଏକ ତଦନ୍ତକାରୀ ଦଳ ଆସି ତଦନ୍ତ କଲାପରେ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କମିତ୍ରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ଶାଖା ପରିଚାଳକ ଶ୍ରୀମତୀ ସାହୁ ‘ସମ୍ବାଦକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe