ପାଇଥିବା ଟଙ୍କା ଫେରାଇଲେ ଟ୍ରାଫିକ୍ ପୁଲିସ୍‌

Advertisment
ପାଇଥିବା ଟଙ୍କା ଫେରାଇଲେ ଟ୍ରାଫିକ୍ ପୁଲିସ୍‌

ସମ୍ବଲପୁର : ଖରା, ବର୍ଷା, ଶୀତରେ, ଦିନ‌େର, ରାତିରେ ଘଣ୍ଟାଘଣ୍ଟା କାଳ ଛିଡ଼ା ହୋଇ ଆମ ଯାତାୟତକୁ ସୁଗମ କରୁଥିବା ଟ୍ରାଫିକ୍ ପୁଲିସ୍ ମାନଙ୍କ କାମକୁ ଅନେକେ ଏକ ପ୍ରଶଂସା ବିହୀନ କାର୍ଯ୍ୟ (ଥ୍ୟାଙ୍କ୍‌ଲେସ୍‌ ଜବ୍)ର ଆଖ୍ୟା ଦିଅନ୍ତି। ଟ୍ରାଫିକ୍‌ ପୁଲିସ୍‌ଙ୍କୁ ସେମାନଙ୍କ କାମ ପାଇଁ କେହି ଆହା ପଦେ ତ’ କରନ୍ତି ନାହିଁ, କିନ୍ତୁ ଅନେକ ସମୟରେ ବିଭିନ୍ନ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼େ। ସ୍ବଳ୍ପ ବେତନ ଭୋଗୀ ଏହି କର୍ମଚାରୀ ମାନଙ୍କ ମଧ୍ୟରୁ କେହି କେମିତି ଗାଡ଼ି ଚାଳକ ବା ନିୟମ ଉଲ୍ଲଂଘନକାରୀଙ୍କଠାରୁ ଲାଞ୍ଚ ନେବା ଦ୍ବାରା ସବୁ କର୍ମଚାରୀ ଦୁର୍ନାମ ମୁଣ୍ଡାଇ ଥାଆନ୍ତି। କିନ୍ତୁ ସେମାନଙ୍କ ଭିତରେ ବି ବହୁ ସଚ୍ଚୋଟ କର୍ମଚାରୀ ଅଛନ୍ତି ତାହାର ଉଦାହରଣ ଦେଇଛନ୍ତି ସମ୍ବଲପୁରର ଟ୍ରାଫିକ୍ ହାବିଲ୍‌ଦାର ନୃସିଂହ ଦେହୁରୀ।

publive-image

ଗତ ୫ ତାରିଖ ସେ ଲକ୍ଷ୍ମୀ ଟକିଜ୍ ଛକରେ ଡ୍ୟୁଟି କଲାବେଳେ ଦିନ ୧୦ଟା ୩୦ ବେଳେ ଗୋଟିଏ ମନି ପର୍ସ ପାଇଥିଲେ। ଉକ୍ତ ପର୍ସରେ କିଛି ଟଙ୍କା, ଡ୍ରାଇଭିଂ ଲାଇସନ୍‌ସ, ଫୋନ୍ ନମ୍ବର ଆଦି ଥିଲା। ସେଥିରେ ଥିବା ଫୋନ୍‌ ନମ୍ବରରୁ ସେ ତୁରନ୍ତ କୁଲୁଥକାନିର ମୋତିଲାଲ ସାହୁଙ୍କୁ ଡକାଇ ତାଙ୍କ ପର୍ସ ଫେରାଇଥିଲେ। ସେଥିରେ ୨୦୧୦ ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe