ଡିପୋଜିଟ୍‌ ମେସିନ୍‌ରୁ ଟଙ୍କା ଲୁଟ, ଜଣେ ଗିରଫ

Advertisment

୫୪ ହଜାର ଟଙ୍କା, ବାଇକ୍‌ ଜବତ

୫୪ ହଜାର ଟଙ୍କା, ବାଇକ୍‌ ଜବତ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ସମ୍ବଲପୁର, : ଡିପୋଜିଟ୍‌ ମେସିନ୍‌ରୁ ଟଙ୍କା ଲୁଟ୍‌ ଘଟଣାରେ କ୍ଷେତରାଜପୁର ପୁଲିସ ଅଇଁଠାପାଲି ତାନା ଅଧୀନ କୁଲ୍‌ତାପଡ଼ା(ଦାନିପାଲି)ର ସ୍ବରୂପ କୁମାର ପାଢ଼ୀ(୨୬)କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ରେଳ ମଣ୍ଡଳରେ କାର୍ଯ୍ୟରତ ବରିଷ୍ଠ ଯନ୍ତ୍ରୀ ସୋମନାଥ ମିଶ୍ର ଗତ ୨ ତାରିଖରେ ତାଙ୍କ ପୁଅ ପାଖକୁ ଟଙ୍କା ପଠାଇବା ପାଇଁ କ୍ଷେତରାଜପୁରରେ ଥିବା ଏକ ଡିପୋଜିଟ୍‌ ମେସିନକୁ ଯାଇଥିଲେ। ସେଠାରେ ସେ ୫୪ ହଜାର ଟଙ୍କା ଡିପୋଜିଟ୍ କରିଥିଲେ। କିନ୍ତୁ କୌଣସି ରିସିପ୍ଟ ପାଇ ନଥିଲେ। ସନ୍ଦେହ ହେବାରୁ ସେ ତାଙ୍କ ପୁଅକୁ ଫୋନ୍‌ କରି ଟ୍ରାନ୍‌ଜେକସନ୍‌ ଫେଲ୍‌ଡ ହେବା ବିଷୟରେ ଜଣାଇଥିଲେ। ୫୦ ହଜାରରୁ ଅଧିକ ଟଙ୍କା ହୋଇଥିବାରୁ ମେସିନ୍‌ରେ ଟଙ୍କା ବ୍ଲକ ହୋଇଯାଇଥିବ ବୋଲି ତାଙ୍କ ପୁଅ କହିଥିଲେ। ସେହି ସମୟରେ ସୋମନାଥଙ୍କ ପାଖରେ ଛିଡ଼ା ହୋଇଥିବା ଜଣେ ଅଜଣା ବ୍ୟକ୍ତି(ସ୍ବରୂପ) ମେସିନ୍‌ ଛାଡ଼ିବା ପାଇଁ କହିଥିଲେ। ମେସିନ୍‌ରେ ଟଙ୍କା ବ୍ଲକ ହୋଇଥିବ ଭାବି ସୋମନାଥ ସେଠାରୁ ଚାଲି ଆସିଥିଲେ। ୩ ତାରିଖ ଦିନ ସେ ଏ ନେଇ ଏସ୍‌ବିଆଇର କ୍ଷେତରାଜପୁର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକଙ୍କ ନିର୍ଦ୍ଦେଶକ୍ରମେ ଏଟିଏମ୍‌ ମେସିନ୍‌କୁ ଖୋଲା ଯାଇଥିଲା, କିନ୍ତୁ ସେଥିରେ ଟଙ୍କା ନଥିଲା।

ଅନ୍ୟପଟେ ସେହି ଦିନ ହିଁ ଡିପୋଜିଟ୍‌ ମେସିନ୍‌ରୁ ଟଙ୍କା ବାହାରି ଯାଇଥିବା ଶାଖା ପରିଚାଳକ ସୂଚନା ଦେବା ସହିତ ଏନେଇ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଏହାପରେ ସୋମନାଥ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସିସିଟିଭି କ୍ୟାମେରା ଫୁଟେଜ୍‌ ପାଇବା ପରେ ସମ୍ବଲପୁର ସାଇବର୍‌ ସେଲ୍‌ର ସହଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ବରୂପକୁ ଶନିବାର ଦିନ ଗିରଫ କରିବାରେ ସଫଳ ହୋଇଥିଲା। ତା ପାଖରୁ ୫୪ ହଜାର ଟଙ୍କା ମଧ୍ୟ ପୁଲିସ ଜବତ କରିଥିଲା। ଏହି ଟଙ୍କାକୁ ସୋମନାଥଙ୍କ ପାଖରେ ଜିମା ଦିଆଯାଇଥିବା ପୁଲିସ ପକ୍ଷରୁ କହାଯାଇଛି। ରବିବାର ସ୍ବରୂପକୁ କୋର୍ଟ ଚାଲାଣ କରାଯାଇଥିଲା। ତାପାଖରୁ ସମସ୍ତ ଟଙ୍କା ସାଙ୍ଗକୁ ଗୋଟିଏ ଟିଭିଏସ୍‌ ଆପାଚି ବାଇକ୍‌କୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe