ସଇନ୍ତଳା : ଚତୁର୍ଥ ଥର ପାଇଁ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପତ୍ନୀ ମୋନିକା ସିଂ ଭୋଇ।
ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ ଆମ୍ବପାଲି ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଅବଶିଷ୍ଟ ୨୧ଟିରୁ ୧୩ ଟିରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ଶନିବାର ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ କଂଗ୍ରେସ ସମର୍ଥିତ ମୋନିକା ସିଂ ଭୋଇ ୧୪ଟି ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ସମର୍ଥିତ ସମିତି ସଭ୍ୟା ସୁକାନ୍ତି ସାହୁ ୭ଟି ଭୋଟ ପାଇଥିଲେ ଓ ଗୋଟିଏ ଭୋଟ ନାକଚ ହୋଇଥିଲା। ମୋନିକାଙ୍କ ବିଜୟରେ କଂଗ୍ରେସ ଶିବିରରେ ବିପୁଳ ଉତ୍ସାହ ଦେଖାଯାଇଛି। ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ନୂତନ ସମିତି ସଭ୍ୟସଭ୍ୟା ଓ ବ୍ଲକ୍ ଅଧ୍ୟକ୍ଷା ମୋନିକାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
Follow Us