ସାଟେଲାଇଟ୍‌ ମାଧ୍ୟମରେ କଇଁଛଙ୍କ ଗତିବିଧି ନିରୀକ୍ଷଣ: ଗହୀରମଥାରୁ ତାମିଲନାଡୁ, ମହାରାଷ୍ଟ୍ର ସମୁଦ୍ରକୁ ଯାଇଛନ୍ତି

Advertisment

ଗହୀରମଥାରୁ ତାମିଲନାଡୁ ୯୫୦ କିଲୋମିଟର ବା ୫୯୦ ନଟିକାଲ୍‌ ମାଇଲ୍‌ ଜଳପଥରେ ଯାତ୍ରା କରୁଛି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ। ୧୩ ମାର୍ଚ୍ଚ ୨୦୨୫ରୁ ଗହୀରମଥାର ବାବୁବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା....

ଗହୀରମଥାରୁ ତାମିଲନାଡୁ ୯୫୦ କିଲୋମିଟର ବା ୫୯୦ ନଟିକାଲ୍‌ ମାଇଲ୍‌ ଜଳପଥରେ ଯାତ୍ରା କରୁଛି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ। ୧୩ ମାର୍ଚ୍ଚ ୨୦୨୫ରୁ ଗହୀରମଥାର ବାବୁବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା....

dsdsxcxccxd

ସୂର୍ଯ୍ୟନାରାୟଣ ଲେଙ୍କା

ରାଜନଗର: ଗହୀରମଥାରୁ ତାମିଲନାଡୁ ୯୫୦ କିଲୋମିଟର ବା ୫୯୦ ନଟିକାଲ୍‌ ମାଇଲ୍‌ ଜଳପଥରେ ଯାତ୍ରା କରୁଛି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ। ୧୩ ମାର୍ଚ୍ଚ ୨୦୨୫ରୁ ଗହୀରମଥାର ବାବୁବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା ସାଟେଲାଇଟ୍‌ ଟ୍ୟାଗିଂ ଅଲିଭ୍‌ ରିଡ୍‌ଲେ କଇଁଛ ଗତ ସପ୍ତାହ ସୁଦ୍ଧା ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ଜଣାପଡ଼ିଛି। ଗହୀରମଥାରୁ ପୁରୀ, ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶ, ତିରୁପତି, ଚେନ୍ନାଇ, ପୁଡୁଚେରି ଦେଇ ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ କଇଁଛ ଯାତ୍ରା କରୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାଯାଇଛି। ଡେରାଡୁନ୍‌ର ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯିବ ସହ ସେମାନଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି। ୧୩ ମାର୍ଚ୍ଚ ୨୦୨୫ରେ ଗହୀରମଥାରେ ଅଣ୍ଡା ଦେବାକୁ ଉପରକୁ ଉଠିଥିବା ଦୁଇଟି ମା’ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା। ଦୁଇଟି ସାଟେଲାଇଟ୍‌ ଟ୍ୟାଗିଂ କଇଁଛଙ୍କ ମଧ୍ୟରୁ ଗୋଟିଏ କଇଁଛ ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ବେଳେ ଅନ୍ୟ ଏକ କଇଁଛର ସ୍ଥିତାବସ୍ଥା ଜଣାପଡ଼ିନାହିଁ ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ପୂର୍ବରୁ ୨୦୨୧ରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଗହୀରମଥାରେ ଅଣ୍ଡା ଦେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫଳକରେ ନମ୍ବର ଲେଖି ଲଗାଯାଇଥିଲା। ସେହି ଧାତବ ଫଳକ ଲଗାଯାଇଥିବା ଅଲିଭ୍‌ ରିଡ୍‌ଲେ କଇଁଛ ମହାରାଷ୍ଟ୍ର ଉପକୂଳରେ ଚଳିତବର୍ଷ ଗଣ ଅଣ୍ଡାଦାନ ବେଳେ ଚିହ୍ନଟ କରାଯାଇଛି। ପୂର୍ବରୁ ପିଠିରେ ଟ୍ରାନ୍ସମିଟର୍‌ ଲଗାଯାଇଥିବା କଇଁଛ ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ମିଳିଥିଲା। ଏବେ ଧାତବ ଫଳକ ଟ୍ୟାଗିଂ କଇଁଛ ମହାରାଷ୍ଟ୍ର ଓ ସାଟେଲାଇଟ୍‌ ଟ୍ୟାଗିଂ କଇଁଛ ତାମିଲନାଡୁର ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ଜଣାପଡ଼ିଛି। କୋଷ୍ଟାରିକା ଓ ମେକ୍ସିକୋ ପରେ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଅଲିଭ୍‌ ରିଡ୍‌ଲେ ବାଛି ନେଇଛନ୍ତି। ଓଡ଼ିଶା ଉପକୂଳର ଗହୀରମଥାକୁ ଏହି ବିରଳ ଅଲିଭ୍‌ ରିଡ୍‌ଲେ କାହିଁକି ଓ କେଉଁଠୁ ଆସନ୍ତି, ଗହୀରମଥାରେ ଲକ୍ଷାଧିକ ସଂଖ୍ୟାରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୁଅନ୍ତି, ତାହା ଏବେ ବି ରହସ୍ୟମୟ ହୋଇ ରହିଛି।

ଜନ୍ମ ହେବା ପରେ କଇଁଛ ଶାବକ ଓ ଅଣ୍ଡା ଦେବାକୁ ଆସୁଥିବା ପ୍ରାପ୍ତ ବୟସ୍କ କଇଁଛଙ୍କୁ ଦେଖିବାକୁ ମିଳୁଥିବା ବେଳେ ବାଲ୍ୟ ଓ ଯୁବାବସ୍ଥାର କଇଁଛଙ୍କୁ ଆଜିଯାଏଁ କେଉଁଠି ଦେଖିବାକୁ ମିଳିନାହିଁ। ଏହାର ରହସ୍ୟ ଭେଦ ପାଇଁ ଦୀର୍ଘ ବର୍ଷ ପରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା। ସାଟେଲାଇଟ୍‌ ଟ୍ୟାଗିଂ ହୋଇଥିବା ଅଲିଭ୍‌ ରିଡ୍‌ଲେ କଇଁଛ ଗହୀରମଥାରୁ ଅଣ୍ଡା ଦେଇ ସାରିବା ପରେ କେଉଁଠାକୁ ଫେରୁଛନ୍ତି, କେତେ ସମୁଦ୍ର ଗଭୀରକୁ ଯାଉଛନ୍ତି, କଣ କଣ କରୁଛନ୍ତି, ସେମାନେ ଯିବା ଓ ଫେରିବା ସମୟକୁ ବାଦ ଦେଲେ କେଉଁଠାରେ ରହୁଛନ୍ତି, ତାର ଗତିବଧି ସାଟେଲାଇଟ୍‌ ମାଧ୍ୟମରେ ଡେରାଡୁନ୍‌ର ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe