ସୂର୍ଯ୍ୟ ମନ୍ଦିରରେ ବୃଦ୍ଧି ପାଉଛି ମାଙ୍କଡ଼ଙ୍କ ଉପଦ୍ରବ, ପ୍ରତିଦିନ ଆହତ ହେଉଛନ୍ତି ପର୍ଯ୍ୟଟକ

Advertisment
ସୂର୍ଯ୍ୟ ମନ୍ଦିରରେ ବୃଦ୍ଧି ପାଉଛି ମାଙ୍କଡ଼ଙ୍କ ଉପଦ୍ରବ, ପ୍ରତିଦିନ ଆହତ ହେଉଛନ୍ତି ପର୍ଯ୍ୟଟକ

କୋଣାର୍କ : ଗତ କିଛି ଦିନ ଧରି ସୂର୍ଯ୍ୟ ମନ୍ଦିର ପରିସରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରତିଦିନ ମାଙ୍କଡ଼ମାନଙ୍କ ଆକ୍ରମଣରେ କେହି ନା କେହି ପର୍ଯ୍ୟଟକ ଆହତ ହେଉଛନ୍ତି। ଆଜି ମଧ୍ୟ ମନ୍ଦିର ପରିସରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା।

publive-image youtube.com

ସୂର୍ଯ୍ୟ ମନ୍ଦିର ପରିସରରେ ମାଙ୍କଡ଼ଙ୍କ ଉତ୍ପାତ ଫନି ବାତ୍ୟା ପରେ ବଢ଼ିଯାଇଛି। ପ୍ରତିଦିନ ମାଙ୍କଡ଼ଙ୍କ ଆକ୍ରମଣରେ ପର୍ଯ୍ୟଟକ ଆହତ ହେଉଛନ୍ତି। ମାଙ୍କଡ଼ଙ୍କ ଉତ୍ପାତ ଯୋଗୁଁ ପର୍ଯ୍ୟଟକମାନେ ମନ୍ଦିର ପରିସରରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରୁ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ମାନଙ୍କୁ ଧରିବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି। ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ କୁହାଯାଇଛି ଯେ ବନ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯାଇ ମାଙ୍କଡ଼ମାନଙ୍କୁ ଧରିବା ଲାଗି ଅନୁରୋଧ କରାଯାଇଛି। ମାତ୍ର ବନ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଅନ୍ୟପକ୍ଷରେ ବନ ବିଭାଗର କୋଣାର୍କ ରେଞ୍ଜର୍‌ ଆଦିତ୍ୟ ନାରାୟଣ ମିଶ୍ରଙ୍କର କହିବା କଥା ହେଲା ପୂର୍ବରୁ ବହୁବାର ମାଙ୍କଡ଼ମାନଙ୍କୁ ଘଉଡ଼ା ଯାଇଛି। କିନ୍ତୁ ବାତ୍ୟା ପରେ ପୁଣି ଥରେ ମାଙ୍କଡ଼ ଉପଦ୍ରବ ବଢ଼ିଛି। ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

publive-image Flickr

27ରବିବାର ଅପରାହ୍ନରେ ଶ୍ରୀଲଙ୍କା ହାଇକମିସନର୍‌ ଅଷ୍ଟିନ୍‌ ଫର୍ଣ୍ଣାଣ୍ଡୋ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ବେଳେ କିଛି ପର୍ଯ୍ୟଟକ ମାଙ୍କଡ଼ଙ୍କ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe