ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ‘ମୋନା’ର ପତ୍ର

Advertisment
ପର୍ଯ୍ୟଟନର ବିକାଶ ଆଳରେ ମଦ ପ୍ରସାରଣ ନ ହେଉ: ମୋନା

Twitter

ଭୁବନେଶ୍ୱର : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ତାଲାବନ୍ଦ ଜାରି ହେବାକୁ ୨୦ରୁ ଊର୍ଧ୍ବ ଦିନ ବିତି ଗଲାଣି। ଏଭଳି ସମୟରେ ମଦ ବିକ୍ରି ବହୁ ଦୃଷ୍ଟିରୁ କରୋନା ସଂକ୍ରମଣକୁ ବ୍ୟାପିବାରେ ସହାୟକ ହେବ ବୋଲି ହୃଦୟଙ୍ଗମ କରି ସରକାର ଏହାର ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଇଛନ୍ତି। କିନ୍ତୁ ଇତିମଧ୍ୟରେ ମଦ୍ୟପାନ ଜନିତ ସମସ୍ୟାଗୁଡ଼ିକ ଯଥା ମଦ୍ୟପମାନଙ୍କ ଦୌରାତ୍ମ୍ୟ, ଘରୋଇ ହିଂସା, ନାରୀ ନିର୍ଯାତନା, ସାମାଜିକ ଅପରାଧ, ମାରପିଟ୍‌, ଗଣ୍ଡଗୋଳ ଏବଂ ସାଧାରଣ ଗରିବ ପରିବାରର ଆର୍ଥିକ ସ୍ଥିତି ଉଜୁଡ଼ିଯିବା ଭଳି ପରିସ୍ଥିତି ଆଉ ନିୟମିତ ଦୃଷ୍ଟିଗୋଚର ହେଉନାହିଁ। ମଦ ଅଭାବରୁ କୌଣସି ମଦ୍ୟପଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇ ଡାକ୍ତରଖାନାରେ ଚିକିତ୍ସା ହେବାର ନଜିର ମଧ୍ୟ ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ତାଲାବନ୍ଦ ସମୟରେ ମଦ ନିଶାର ପ୍ରସାରକୁ ନିଷେଧ କରିବାର ପରିଣାମ ବେଶ୍‌ ଆଶ୍ବସ୍ତିକର। ଏ ଦିଗ‌ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିଷ୍ପତ୍ତି ଦେଶବାସୀଙ୍କର କଲ୍ୟାଣ ପାଇଁ ବହୁ ପରିମାଣରେ ସହାୟକ ବୋଲି ପ୍ରମାଣିତ ହୋଇପାରିଛି। ତେବ‌େ ବର୍ତ୍ତମାନର ସ୍ଥିତିକୁ ବିଚାର କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁଦିନ ପାଇଁ ମଦ ବିକ୍ରିକୁ ବନ୍ଦ କରନ୍ତୁ ବୋଲି ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା) ଓ ‘ମଦମୁକ୍ତ ଭାରତ ଅଭିଯାନ’ ପକ୍ଷରୁ ଦାବି କରାଯାଇଛି। ମୋନାର ସଭାପତି ପଦ୍ମଚରଣ ନାୟକ ଏ ସଂପର୍କିତ ଏକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe