ଜୁନ୍‌ ୧୦ରୁ ମୌସୁମୀ ବର୍ଷା

Advertisment

ମେ’ ୩୧ରେ କେରଳ ଛୁଇଁବ, ଏଥର ମୌସୁମୀରେ ସ୍ବାଭାବିକ ବର୍ଷା

ମେ’ ୩୧ରେ କେରଳ ଛୁଇଁବ, ଏଥର ମୌସୁମୀରେ ସ୍ବାଭାବିକ ବର୍ଷା

୭ରେ ଓଡ଼ିଶା ଛୁଇଁବ ମୌସୁମୀ

Mangalorean.com

ଭୁବନେଶ୍ବର : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍‌ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ ମେ' ୩୧ ତାରିଖରେ ଛୁଇଁବ ବୋଲି ଆଜି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଜୁନ୍‌ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ବର୍ଷ ମୌସୁମୀ ମେ' ୩୧ ତାରିଖରେ କେରଳ ଛୁଇଁବ। ବିଭିନ୍ନ ‌ମଡେଲର ଆକଳନ ଅନୁଯାୟୀ ୪ଦିନ ଏପଟ ସେପଟରେ ଅର୍ଥାତ ମେ' ୨୭ରୁ ଜୁନ୍‌ ୪ ଭିତରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ସୃଷ୍ଟି ହେଉଛି। ଏଣୁ କେନ୍ଦ୍ର ପକ୍ଷରୁ ଏକ ହାରାହାରି ହିସାବରେ ମେ' ୩୧ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ଭାରତରେ ମୌସୁମୀର ଗତିକୁ ଲକ୍ଷ୍ୟ କଲେ ଜଣାପଡ଼େ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ। ଏହା ପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ବଙ୍ଗୋପସାଗର ମୁହାଁ ହୁଏ। ଏହି ଅନୁଯାୟୀ ମେ' ୨୨ ତାରିଖ ଆଡ଼କୁ ଆଣ୍ଡାମାନ ସାଗରର ମୌସୁମୀ ବର୍ଷା ଆରମ୍ଭ ହୋଇଯିବ।

ଗତ ୧୬ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ କରିଥିବା ଆକଳନ ସଠିକ୍‌ ପ୍ରମାଣିତ ହୋଇଛି। ଚଳିତ ବର୍ଷ ମଧ୍ୟ ଆଇଏମ୍‌ଡିର ଆକଳନ ଆନୁଯାୟୀ ସଠିକ୍‌ ସମୟରେ ମୌସୁମୀ କେବଳ ଛୁଇଁବ ବୋଲି ଆଇଏମ୍‌ଡି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe