ରାଜ୍ୟରେ ମୌସୁମୀ ନିଷ୍କ୍ରିୟ: ୩ ଦିନ ଅତିଷ୍ଠ କରିବ ଖରା, ଗୁଳୁଗୁଳି

Advertisment
ଆଜିଠୁ ୪ ଦିନ ପ୍ରବଳ ଖରା

ଭୁବନେଶ୍ବର : ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାଏବ୍‌ ହୋଇଯାଇଛି। ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଫିରୋଜପୁର, ରୋହତକ, ‌ମିରଠ, ଗୋରଖପୁର, ମୁଜାଫର୍‌ପୁର, ବାଲୁର୍‌ଘାଟ୍‌, ବାଂଲାଦେଶର କେନ୍ଦ୍ରୀୟ ଅଞ୍ଚଳ, ଅଗରତାଲା ହୋଇ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଦେଇ ଗତି କରୁଛି। ଓଡ଼ିଶା ଦେଇ ଏହି ଟ୍ରଫ୍‌ ଗତି କରୁ ନଥିବାରୁ ଏବେ ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ହୋଇଯାଇଛି। ଫଳରେ ଦିନରେ ଟାଣ ଖରା ହେବା ସହ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ‌ରହୁଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହିବ। ଫଳରେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏଥିସହ ଆସନ୍ତା ୨ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ପରିଚଳନଜନିତ ବର୍ଷା ବି ହେବ। କିନ୍ତୁ ବର୍ଷାର ପ୍ରଭାବ ବିଶେଷ ରହିବ ନାହିଁ। ୩ ଓ ୪ ତାରିଖ ଯାଏ ପାଗ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe