ଆସନ୍ତା ସପ୍ତାହରୁ ସକ୍ରିୟ ହେବ ମୌସୁମୀ

୭ରେ ଓଡ଼ିଶା ଛୁଇଁବ ମୌସୁମୀ

Mangalorean.com

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। କାଳ‌ବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ। ତେବେ ୨୯ ତାରିଖ ରାତିଠାରୁ ପାଗରେ ପରିବର୍ତନ ଆସିବ। ୩୦ ତାରିଖ ଅର୍ଥାତ୍‌ ଆସନ୍ତା ସପ୍ତାହ ବେଳକୁ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ‌ହେବାର ଆଶଙ୍କା ରହିଛି। ଜୁନ୍‌ ୩୧ରୁ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆହୁରି ଆକଳନ କରାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲକା ବର୍ଷା ହୋଇପାରେ। ତେବେ ୨୬ ତାରିଖ ରାତିରେ ଉପକୂଳ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ପାଗରେ ପରିବର୍ତନ ଆସିବ। ମୌସୁମୀ ଓଡ଼ିଶା ଛୁଇଁବା ପରେ ପାଗରେ ପରିବର୍ତନ ହୋଇଛି। ତେବେ ଜୁନ୍‌ ୩୦ ବେଳକୁ ପାଗରେ ପରବର୍ତନ ଆସିପାରେ। ବଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୩ ଯାଏ ବର୍ଷା ଲାଗିରହିବ। ପ୍ରଥମେ ଉପକୂଳ ଓ ପରବର୍ତୀ ସମୟରେ କେନ୍ଦ୍ରୀୟ, ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ବର୍ଷା ଦିନ ଆରମ୍ଭ ହୋଇଥିବାରୁ ପାଗରେ ସାମାନ୍ୟ ଏପାଖ ସେପାଖ ରହିବ। ଜୁନ୍‌ ମାସରେ କମ୍‌ ବର୍ଷା ହେଲେ ମଧ୍ୟ ଜୁଲାଇ ଆରମ୍ଭରୁ ଭଲ ବର୍ଷା ହେବ। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ତାଳଚେରକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ପାରଦ ୩୮ ଡିଗ୍ରି ତଳେ ରହିଛି। ଭୁବନେଶ୍ବର ତାପମାତ୍ରା ୩୫.୧ ଡିଗ୍ରିରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe