ଏଥର ଶୁଖିଲା ରଜ ! ଜୁନ ୧୫ ପରେ ଆସିପାରେ ମୌସୁମୀ

Advertisment
ଏଥର ଶୁଖିଲା ରଜ ! ଜୁନ ୧୫ ପରେ ଆସିପାରେ ମୌସୁମୀ

ଭୁବନେଶ୍ୱର : ଏଥର ମୌସୁମୀ ବିଳମ୍ବିତ ହୋଇପାରେ । କେରଳରେ ପ୍ରାୟ ୫ ଦିନ ବିଳମ୍ବ ଅର୍ଥାତ ଜୁନ ୬ରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଏପରି ହେଲେ ଓଡ଼ିଶାରେ ମୌସୁମୀ ଆସୁ ଆସୁ ଜୁନ ୧୫ ଟପିଯିବ । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ।
ଆଇଏମଡିର ରିପୋର୍ଟ ଅନୁସାରେ ଏଥର ଜୁନ ୧ ବଦଳରେ ଜୁନ ୬ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ମୌସୁମୀ ଛୁଇଁବାର ପ୍ରାୟ ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ ମୌସୁମୀ । ଏଣୁ ଏଥର ଶୁଖିଲା ରଜ ହେବାର ସମ୍ଭାବନା ରହିଛି । ତେବେ ଏହା ତାରିଖ ପ୍ରାୟ ୪ ଦିନ ଏପାଖ ସେପାଖ ହୋଇପାରେ । ରିପୋର୍ଟ ଅନୁସାରେ ଆଣ୍ଡାମାନ ଓ ନିକୋବରରେ ଆସନ୍ତା ୧୮ –୧୯ ସୁଦ୍ଧା ମୌସୁମୀ ଆସିପାରେ । ଗତକାଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଦ୍ୱାରା ଜାରି ରିପୋର୍ଟରେ କୁହାଯାଇଥିଲା ଯେ ଆସନ୍ତା ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଛୁଇଁବ । ଏହାର ୧୨ ଦିନ ପରେ ଅର୍ଥାତ ଜୁନ୪ରେ କେରଳରେ ଛୁଇଁବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe